ପାକିସ୍ତାନର ଭୟ; ଚାଇନା-ପାକିସ୍ତାନ ଇକୋନମିକ୍‌ କରିଡର୍‌ ଉପରେ ଆକ୍ରମଣ କରିପାରେ ଭାରତ

ନୂଆଦିଲ୍ଲୀ: ଚାଇନା-ପାକିସ୍ତାନ ଇକୋନମିକ୍‌ କରିଡର୍‌ (ସିପିଇସି) ଇନ୍‌ଷ୍ଟଲେସନ୍‌ ଉପରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ଭୟ କରୁଛି। ଏ ଭଳି ଅଘଟଣ ଏଡ଼ାଇବାକୁ ପାକିସ୍ତାନ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିସାରିଥିବା କଥା ଜଣାପଡ଼ିଛି। ପାକିସ୍ତାନରୁ ପ୍ରକାଶିତ ଗଣମାଧ୍ୟମ ଏଜେନ୍‌ସି ’ଡଅନ୍‌’ର ଖବର ଅନୁସାରେ, ଏ ସମ୍ପର୍କରେ ପାକିସ୍ତାନ ସରକାର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ର ଗୃହ ବିଭାଗକୁ ପତ୍ର ଲେଖିଛି।

ଗୃହ ବିଭାଗର ଜଣେ ଅଧିକାରୀଙ୍କ କଥାକୁ ଉଦ୍ଧୃତ କରି ‘ଡଅନ୍‌’ କହିଛି କି ସିପିଇସି ରୁଟ୍‌ରେ ସମ୍ଭାବ୍ୟ ଆକ୍ରମଣର ସମ୍ଭବନା ଅଛି ବୋଲି ଦେଶର ଅଭ୍ୟନ୍ତର ମନ୍ତ୍ରାଳୟ ନିର୍ଦେଶିକା ସତର୍କ କରାଇ ଦେଇଛି।

ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନର ଅଭ୍ୟନ୍ତର ମନ୍ତ୍ରାଳୟ ଚିଠିରେ ଉଲ୍ଲେଖ ଅଛି ଯେ ଭାରତ ଆଫଗାନିସ୍ତାନକୁ ଏକ ୪୦୦ଜଣିଆ ମୁସଲମାନ ଯୁବ ଦଳକୁ ତାଲିମ ପାଇଁ ପଠାଇଛି। ତାଲିମ ପରେ ସେମାନେ ପାକିସ୍ତାନରେ ଥିବା ସିପିଇସି ଇନ୍‌ଷ୍ଟଲେସନ୍‌ସ୍‌ ଉପରେ ଆକ୍ରମଣ କରିବେ।

କାରାକୋରମ୍‌ ରାଜପଥରେ ଥିବା ପୋଲଗୁଡ଼ିକ ଉପରେ ଭାରତ ଆକ୍ରମଣ କରିପାରେ ବୋଲି ଏଥିରେ ସୂଚନା ଦିଆଯାଇଛି।

ଏହା ପରେ ପରେ ସିପିଇସିରେ ପାକିସ୍ତାନ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦେଇଛି। ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେ ରାସ୍ତାରେ ଥିବା ପୋଲଗୁଡ଼ିକ ମଧ୍ୟ ସ୍ପର୍ଶକାତର ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର