ମେ ସୁଦ୍ଧା ଭାରତ ସ୍ପୁଟ୍‌ନିକ୍‌-୫ ଟିକା ଆମଦାନି କରିପାରେ; ଜୁଲାଇ ବେଳକୁ ଆରମ୍ଭ ହେବ ଉତ୍ପାଦନ

ନୂଆଦିଲ୍ଲୀ: ଆସନ୍ତା ମାସ ସୁଦ୍ଧା ଭାରତକୁ ରୁଷ୍‌ ନିର୍ମିତ କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌-୫’ ଆମଦାନି ହେବାର ସମ୍ଭାବନା ଅଛି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଲୋକେ କହିଛନ୍ତି।

ବିଭିନ୍ନ କମ୍ପାନିମାନଙ୍କ ସହ ହୋଇଥିବା ରାଜିନାମା ଜରିଆରେ ଜୁନ୍‌ ଶେଷ କିଂବା ଜୁଲାଇ ଆରମ୍ଭ ବେଳକୁ ଏହି ଟିକାର ଆଞ୍ଚଳିକ ଉତ୍ପାଦନ ହେବ ବୋଲି ‘ରଷିଆନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ଫଣ୍ଡ୍‌’ (ଆର୍‌ଡିଆଇଏଫ୍‌) କିରିଲ୍‌ ଡିମିତ୍ରିଏଭ୍‌ କହିଛନ୍ତି। ରୁଷ୍‌ର ସାର୍ବଭୌମ ସମ୍ପଦ ପାଣ୍ଠି ‘ଆର୍‌ଡିଆଇଏଫ୍‌) ବିଶ୍ୱବ୍ୟାପୀ ଏହି ଟିକାର ବିପଣନ କରୁଛି।

Image Courtesy of NDTV

ଜରୁରୀ ପରିସ୍ଥିତିରେ ନିୟନ୍ତ୍ରିତ ଉପଯୋଗ ନିମନ୍ତେ ଏହି ଟିକାକୁ ଆମଦାନି କରିବା ପାଇଁ ମଙ୍ଗଳବାର ଦିନ ‘ଡକ୍ଟର୍‌ ରେଡିସ୍‌ ଲ୍ୟାବ୍‌ସ୍‌’ ଭାରତୀୟ ଡ୍ରଗ୍‌ କଣ୍ଟ୍ରୋଲର୍‌ଙ୍କ ଅନୁମୋଦନ ଲାଭ କରିଛି। ସୂଚନାଯୋଗ୍ୟ ଭାରତରେ ଏହି ଟିକା ବଣ୍ଟନ ପାଇଁ ‘ଡକ୍ଟର୍‌ ରେଡିସ୍‌ ଲ୍ୟାବ୍‌ସ୍‌’ ଲାଇସେନ୍‌ସ୍‌ ପାଇଛନ୍ତି।

‘ଡକ୍ଟର୍‌ ରେଡିସ୍‌ ଲ୍ୟାବ୍‌ସ୍‌’ ବ୍ୟତିରେକେ ‘ସ୍ପୁଟ୍‌ନିକ୍‌-୫’ ଟିକାର ଆଞ୍ଚଳିକ ଉତ୍ପାଦନ ‘ଆର୍‌ଡିଆଇଏଫ୍‌’ ଅନ୍ୟ ୫ଟି କମ୍ପାନି ସହ ରାଜିନାମା କରିଛି।

ସମ୍ବନ୍ଧିତ ଖବର