ଭାରତର ଆଶା : ଋଷିଆଠାରୁ ଏସ-୪୦୦ କିଣିଲେ କଟକଣା ଲଗାଇବ ନାହିଁ ଆମେରିକା

ନୂଆଦିଲ୍ଲୀ : ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଭାରତ ଚୁକ୍ତି କରିବା ପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଧମକ ଦେଇଥିଲେ । କିନ୍ତୁ ଏହି କଟକଣାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆମେରିକା ସହ ନିରନ୍ତର କଥାବାର୍ତ୍ତା ଚଳାଇଆସୁଛନ୍ତି ।

ତେବେ ବୋଧହୁଏ ଭାରତର ଏହି ଉଦ୍ୟମ ସଫଳ ହେବାକୁ ଯାଉଛି । ଭାରତର ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏସ-୪୦୦ ସଂପର୍କରେ ଭାରତର ଚିନ୍ତା ସଂପର୍କରେ ଆମେରିକାକୁ ଅବଗତ କରାଯାଇଛି । ଆମେରିକା ଭାରତର ଚିନ୍ତାକୁ ବୁଝିଛି ଏଣୁ ଓ୍ଵାସିଂଟନ ଉପରେ କଟକଣା ଲଗାଇବ ନାହିଁ ବୋଲି ଆଶା କରାଯାଉଛି । ଋଷିଆଠାରୁ ଏସ-୪୦୦ କିଣିଥିବାରୁ ଆମେରିକା ଗତ ବର୍ଷ ଚୀନ ଉପରେ କଟକଣା ଲଗାଇଥିଲା । କିନ୍ତୁ ବର୍ତ୍ତମାନର ଆମେରିକା ପ୍ରଶାସନ ଭାରତକୁ କୌଣସି ପ୍ରକାରେ ସମସ୍ୟାରେ ପକାଇବା ଚାହୁଁ ନାହାନ୍ତି ବୋଲି କହିଛନ୍ତି ଆମେରିକାର ଉପ ସହକାରୀ ବୈଦେଶିକ ସଚିବ ଆଲିସ େଓ୍ଵଲ । ସେ କହିଛନ୍ତି ଯେ ଆମେରିକାର ସରକାରଙ୍କ ଆଇନ କାଟସାର ଲକ୍ଷ୍ୟ ହେଉଛି ଋଷିଆ ଉପରେ ଚାପ ପ୍ରୟୋଗ କରିବା ।

ସମ୍ବନ୍ଧିତ ଖବର