ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଅକ୍ସଫୋର୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବ ଭାରତ !

ନୂଆଦିଲ୍ଲୀ: ଭାରତରେ ଏକାଧିକ କରୋନା ଟିକାର ମାନବ ପରୀକ୍ଷଣ ଚାଲିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ସରକାର ଅନୁମତି ଦେଇ ନାହାନ୍ତି। ଫାଇଜର, ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିବା ବେଳେ ପ୍ରଥମେ ଭାରତ ସରକାର ସେରମ ଇନଷ୍ଟିଚ୍ୟୁଟକୁ ଅନୁମତି ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ୩ଟି କମ୍ପାନିକୁ ଟିକା ବିଷୟରେ ଅଧିକ ତଥ୍ୟ ଦେବାକୁ କୁହାଯାଇଥିଲା। ଏବେ ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା ଅକ୍ସଫୋର୍ଡ ଟିକା ବିଷୟରେ ଅଧିକ ତଥ୍ୟ ଦେଇ ସାରିଥିବା ଜଣା ପଡ଼ିଛି। ସେରମ ଇନଷ୍ଟିଚ୍ୟୁଟ ଅଧିକ ତଥ୍ୟ ଦେଇ ସାରିଥିବାରୁ ଆଗାମୀ ସପ୍ତାହ ମଧ୍ୟରେ ଅକ୍ସଫୋର୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

India likely to approve AstraZeneca vaccine by next week as SII submits new data: Report - Coronavirus Outbreak News
India Today

ଯଦି ଭାରତ ସରକାର ଅକ୍ସଫୋର୍ଡ ଟିକାକୁ ଅନୁମତି ଦିଅନ୍ତି, ତେବେ ଏହା ଭାରତର ପ୍ରଥମ କରୋନା ଟିକା ହେବା ସହ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେବାରେ ଭାରତ ପ୍ରଥମ ହେବ। ଅକ୍ସଫୋର୍ଡ ଟିକା କମ ଆୟ କରୁୁଥିବା ଦେଶ ପାଇଁ ପ୍ରଯୁଜ୍ୟ ଅଟେ। ସବୁଠାରୁ ବଡ଼ କଥା ହେଲା ଏହାର ଦାମ କମ ହେବା ସହ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ଗଚ୍ଛିତ ରଖିବା ପାଇଁ ସାଧାରଣ ତାପମାତ୍ରର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର