ଜୁଲାଇ ଶେଷ ସୁଦ୍ଧା କୋଭିଡ-୧୯ ରୋଗୀଙ୍କ ପାଇଁ ଆଇସିୟୁ ଶଯ୍ୟା ଉପଲବ୍ଧ ହୋଇ ନପାରେ : ଅଧ୍ୟୟନ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କୁ ଆଇସିୟୁ ଚିକିତ୍ସା ଆବଶ୍ୟକ ପଡ଼ୁଛି । ବର୍ତ୍ତମାନ ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ପାଇଁ ୩୨,୩୬୨ଟି ଆଇସିୟୁ ଶଯ୍ୟା ଉପଲବ୍ଧ ରହିଛି। କିନ୍ତୁ ବୃଦ୍ଧି ପାଉଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟି ଦେଲେ ଜୁଲାଇ ଶେଷ ସୁଦ୍ଧା କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଆଇସିୟୁ ଶଯ୍ୟା କମ୍‌ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

Coronavirus, Chennai

ଚେନ୍ନାଇର ଗଣିତ ବିଜ୍ଞାନ ପ୍ରତିଷ୍ଠାନର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ୧୦ ଲକ୍ଷରୁ ଅଧିକ ସକ୍ରିୟ ମାମଲା ଜୁଲାଇ ଶେଷ ସୁଦ୍ଧା ଆସିପାରେ। ସରକାରୀ ଆକଳନକୁ ଆଧାର କରି ଦର୍ଶାଯାଇଛି ଯେ ୩-୪ ପ୍ରତିଶତ ସକ୍ରିୟ ମାମଲା ହସ୍ପିଟାଲରେ ଆଇସିୟୁ ସେବା ଆବଶ୍ୟକ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି କି ଆସନ୍ତା ମାସ ଶେଷ ସୁଦ୍ଧା ଅର୍ଥାତ ଜୁଲାଇ ୨୪ ସୁଦ୍ଧା ଦେଶରେ ୩୦,୦୦୦-୪୦,୦୦୦ କୋଭିଡ-୧୯ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିପାରେ।

ସମ୍ପ୍ରତି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ଦେଶରେ ଥିବା ୩୨,୩୬୨ଟି ଆଇସିୟୁ ଶଯ୍ୟା ମଧ୍ୟରୁ କୋଭିଡ-୧୯ ଆକ୍ରାନ୍ତଙ୍କ ପାଇଁ ୧,୨୦,୧୦୪ଟି ଅକ୍ସିଜେନ୍‌ ସୁବିଧା ଥିବା ଶଯ୍ୟା ଓ ୮,୯୧,୮୨୮ଟି ଆଇସୋଲେସନ୍‌ ଶଯ୍ୟା ରହିଛି।

Coronavirus:3,000 isolation beds ready in Gujarat, 2,900 more in ...
Times of India

ଯେହେତୁ ବର୍ତ୍ତମାନ ସମୟରେ ଲକଡାଉନ୍‌କୁ କୋହଳ କରାଯାଇଛି, ତେଣୁ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ। ବର୍ତ୍ତମାନେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଲକ୍ଷ୍ୟ କଲେ ଜୁଲାଇ ମଧ୍ୟ ଭାଗରେ ପ୍ରାୟ ଏକ ଲକ୍ଷ ସକ୍ରିୟ ମାମଲା ଆସିପାରେ ବୋଲି ଆଶା କରାଯାଉଛି ବୋଲି ଚେନ୍ନାଇର ଗଣିତ ବିଜ୍ଞାନ ପ୍ରତିଷ୍ଠାନର ବାୟୋଫିଜିକ୍‌ ବିଶେଷଜ୍ଞ ସୀତାଭ୍ରା ସିହ୍ନା କହିଛନ୍ତି।

ଶୁକ୍ରବାର ସୁଦ୍ଧା ଦେଶରେ ୨,୯୭,୫୩୫ଟି କୋଭିଡ-୧୯ ମାମଲା ଚିହ୍ନଟ ହେଇଥିବା ବେଳେ ଏଥି ମଧ୍ୟରୁ ୧,୪୧,୮୪୨ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର