ନୂଆଦିଲ୍ଲୀ: ବିଜେପି ନେୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ୨୦୨୪ ନିର୍ବାଚନରେ ସାମ୍ନା କରିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି। ତେବେ କିଏ ଆବାହକ ହୋଇ ମେଣ୍ଟର ମଙ୍ଗ ଧରିବ ସେନେଇ କଳ୍ପନାଜଳ୍ପନା ଶେଷ ହେଉନାହିଁ କି ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଟଣାଓଟରା ଥମୁନାହିଁ। ଏଭଳି ସ୍ଥିତିରେ ଆବାହକ ଭାବେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ଘୋଷଣା କରିବାକୁ ଉଦ୍ଧବ ଠାକ୍‌ରେ ଦେଇଥିବା ପ୍ରସ୍ତାବ ନେଇ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏକ ରୋଚକ ଟିପ୍ପଣୀ କରିଛନ୍ତି।

Advertisment

ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ଼ଗେ ଆଗାମୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ଇଣ୍ଡିଆ ମେଣ୍ଟର ଆବାହକ କାହାକୁ କରାଯିବ ପ୍ରଶ୍ନରେ ସେ କହିଥିଲେ ଯେ ଏହି ପ୍ରଶ୍ନ ‘କୌନ ବନେଗା କରୋଡ଼ପତି’ରେ ପଚରାଯାଉଥିବା ପ୍ରଶ୍ନ ଭଳି। ସୂଚନାଯୋଗ୍ୟ, ନିକଟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ‌େ‌କଜ୍ରିୱାଲ ଖଡ଼ଗେଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ।