ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ : ଜୈସ୍‌

1

ଇସଲାମାବାଦ:   ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ । ଭାରତ ବିରୋଧରେ ଆମର ଯୁଦ୍ଧ ଅବ୍ୟାହତ ରହିବ ବୋଲି କହିଛି ପାକିସ୍ତାନି ଆତଙ୍କବାଦୀ ସଂଗଠନ ଜୈସ ଇ ମୁହମ୍ମଦ ।

ଭାରତ ଜୈସ-ଇ-ମୁହମ୍ମଦ ସଂଗଠନର ସବୁଠୁ ବଡ଼ ଶତ୍ରୁ ଓ ମୋଦି ମୌଲାନା ମାସୁଦ ଆଜାରର ୧ନମ୍ବର ଶତ୍ରୁ ବୋଲି କହିଛି ଗ୍ଲୋବାଲ ଆତଙ୍କବାଦୀ ମାସୁଦ ଆଜାରର ଭାଇ ତଲହା ସିଆଫ । ସିନ୍ଧ ପ୍ରଦେଶରେ ଅନୁଷ୍ଠିତ ଏକ ର‍୍ୟାଲିରେ ଯୋଗ ଦେଇ ସେ କହିଥିଲା ଯେ ଭାରତ ଗତ ୭୦ ବର୍ଷ ଧରି ପାକିସ୍ତାନକୁ ସମସ୍ୟାରେ ପକାଇଚାଲିଛି । ମୋଦିଙ୍କ ନେତୃତ୍ୱରେ ଭାରତ ଏକ ମିନି ସୁପରପାଓ୍ଵାରରେ ପରିଣତ ହୋଇସାରିଛି । ଏଣୁ ଭାରତକୁ ଆମକୁ ହରାଇବାକୁ ପଡିବ । ଆମକୁ ଭାରତ ବିରୋଧରେ ଜିହାଦ୍‌ ଚଳାଇବାକୁ ହେବ । ଆମର କାଶ୍ମିର ଭାଇ ଓ ଭଉଣୀମାନେ ଆମକୁ ସହାୟତା ମାଗୁଛନ୍ତି ଆମକୁ ସେମାନଙ୍କ ପାଇଁ ସୀମା ଟପିବାକୁ ପଡିବ ।

ରାମ ମନ୍ଦିର ପ୍ରସଙ୍ଗରେ ସିଆଫ କହିଛି ଯେ ବାବରୀ ମସଜିଦ ଉପରେ ରାମ ମନ୍ଦିର ନିର୍ମାଣ କରାଇଦିଆଯିବ ନାହିଁ । ଭାରତରେ ଶାସନ କରୁଥିବା ମୋଦି ସରକାର ସବୁ ସରକାରୀ କଳକୁ ବ୍ୟବହାର କରି ସେଠାରେ ରାମ ମନ୍ଦିର ନିର୍ମାଣ କରିବାକୁ ଯାଉଛି, କିନ୍ତୁ ଆମକୁ ତାହାର ବିରୋଧ କରିବାକୁ ହେବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. debasis naik says

    Bramho ostrare paakisthanku dhonso koribaro time asichi