ଭାରତୀୟ ସର୍ବାଧିକ ଚାପଗ୍ରସ୍ତ

ନୂଆଦିଲ୍ଲୀ : ଭାରତୀୟମାନଙ୍କ ମଧ୍ୟରେ ମାନସିକ ଚାପର ମାତ୍ରା ବଢ଼ିବାରେ ଲାଗିଛି। ବିଶ୍ୱ ସ୍ତରରେ ଅଧିକାଂଶ ଭାରତୀୟ ଏବେ ମାନସିକ ଚାପରେ ରହୁଛନ୍ତି। ଅର୍ଥ ଏବଂ କାର୍ଯ୍ୟ ଚାପ ଭଳି ମାନସିକ ଚାପ ଏବେ ଭାରତୀୟଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। ଏକ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୮୯ ପ୍ରତିଶତ ଦାବି କରିଛନ୍ତି ଯେ ସେମାନେ ଆର୍ଥିକ ଏବଂ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାପରେ ରହୁଛନ୍ତି। ତେବେ ସମଗ୍ର ବୈଶ୍ୱିକ ସ୍ତରରେ ହାରାହାରି ୮୬ ପ୍ରତିଶତ ବିଭିନ୍ନ ମାନସିକ ଚାପରେ ରହୁଥିବା ସହ ଭାରତର ସ୍ଥିତିକୁ ତୁଳନା କରାଗଲେ ସ୍ପଷ୍ଟ ଜଣାପଡ଼ିଯାଉଛି ଯେ ଦେଶରେ ମାନସିକ ଚାପ ଅତି ଭୟଙ୍କର ରୂପ ନେଇଛି। ଅନ୍ୟ ବିକଶିତ ଦେଶ ଯଥା ଆମେରିକା, ବ୍ରିଟେନ୍‌, ଜର୍ମାନି ଏବଂ ଇଣ୍ଡୋନେସିଆର ଲୋକମାନେ ଭାରତ ତୁଳନାରେ କମ୍‌ ଚାପରେ ରହୁଛନ୍ତି ବୋଲି ସିଗ୍‌ନା ଟିଟିକେ ହେଲ୍‌ଥ ଇନସ୍ୟୁରାନ୍ସ ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି। ଆହୁରି ଜଣାଯାଇଛି ଯେ ୮ ଜଣରେ ଜଣେ ଭାରତୀୟ ଏହି ମାନସିକ ଚାପ ସହ ମୁକାବିଲା କରିବା ପରେ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର