ଆତଙ୍କବାଦୀଙ୍କ ଉପରେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ଦରକାର:ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଉପରେ ଆଉ ଏକ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଆବଶ୍ୟକତା ଦେଖାଦେଇଛି। ବର୍ତ୍ତମାନ ଭାରତ-ପାକ ସୀମାରେ ଯେଉଁଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି, ଯଦି ପାକିସ୍ତାନ ସରକାର ତାଙ୍କର ସେନା ଓ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଉପରେ ନିୟନ୍ତ୍ରଣ ନ ରଖନ୍ତି ତେବେ ଅବସ୍ଥା ସୁଧୁରିବ ନାହିଁ ବୋଲି ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌ କହିଛନ୍ତି।
ଘରୋଇ ଟେଲିଭିଜନ୍‌ ଚାନେଲ୍‌ ଇଣ୍ଡିଆ ଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପୁଲିସ କର୍ମଚାରୀଙ୍କୁ ଯେଭଳି ଭାବେ ଆତଙ୍କବାଦୀ ଟାର୍ଗେଟ କରୁଛନ୍ତି,ତାହା ସେମାନଙ୍କର ହତାଶାକୁ ସୂଚାଉଛି। ସେହିଭଳି ଜଣେ ବିଏସ୍‌ଫ୍‌ ଯବାନଙ୍କୁ ସୀମାରେ ପାକିସ୍ତାନୀ ସେନା କର୍ମଚାରୀ ହତ୍ୟା କରିଥିଲେ। ଯେ ପର୍ଯ୍ୟନ୍ତ ପାକ୍‌-ସରକାର ସେନା ଓ ଆଇଏସ୍‌ଆଇର କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ନ ଆଣିବେ,ସେପର୍ଯ୍ୟନ୍ତ ସୀମାରେ ପରିସ୍ଥିତିରେ ସୁଧାର ଆସିବ ନାହିଁ।
ଆସନ୍ତା ଶନିବାର (ସେପ୍ଟେମ୍ବର୨୯) ଦିନ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ର ଦ୍ୱିତୀୟ ବାର୍ଷିକୀ ପାଳନ କରାଯାଉଛିି। ୨୦୧୬ରେ ପାକ୍‌ ଅଧିକୃତ କାଶ୍ମୀରରେ ସେନା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ସେଗୁଡ଼ିକୁ  ଧ୍ୱଂସ କରିଦେଇଥିଲା। ଏହି ଘଟଣାର ଜବାବରେ ପାକ୍‌ ସେନା ପକ୍ଷରୁ ଉରିଠାରେ ଥିବା ଭାରତୀୟ ସେନା-କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଥିଲା।
ସମ୍ବନ୍ଧିତ ଖବର