ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ପରିସ୍ଥିତି ନିୟନ୍ତଣରେ ରହିଛି। ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବ୍ୟପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ କହିଛନ୍ତି। ଭାରତରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏହି ବୟାନ ଜାରି କରିଛନ୍ତି। ବିଭିନ୍ନ ବିମାନ ବନ୍ଦରରେ ୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି ଏବଂ ଯାଞ୍ଚ ବ୍ୟବସ୍ଥା ଉପରେ ସତର୍କ ନଜର ରଖାଯାଇଛି। ଭାରତରେ ଏବେ ୪୯୭ ଜଣ କରୋନା ସନ୍ଦିଗ୍ଧଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଛି। ନେପାଳ ସହ ସୀମା ସଂଲଗ୍ନ ଥିବା ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ପଶ୍ଚିମବଂଗ ଏବଂ ସିକ୍କିମରେ କରୋନା ସନ୍ଦିଗ୍ଧଙ୍କ ପ୍ରବେଶକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଭାରତରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି: ସରକାର
ଭାରତ-ନେପାଳ ସୀମାରେ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/02/fh4jfh87jfh7j98fh7j98hfffffffffffffffffffffffffffffffffffdjddddddddddddddddddddsjyyyyyyyyyyyys.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)