ବିଜେପି ସାରା ଦେଶରେ କିରୋସିନି ଢାଳିଦେଇଛି, ନିଆଁ ଟିକେ ହେଲେ …. : ରାହୁଲ

ନୂଆଦିଲ୍ଲୀ : “ଭାରତ ଏବେ ଭଲ ସ୍ଥିତିରେ ନାହିଁ । ବିଜେପି ସାରା ଦେଶରେ କିରୋସିନି ଢାଳିଦେଇଛି, ନିଆଁ ଟିକେ ହେଲେ ଆମେ ସମସ୍ତେ ବିପଦରେ ପଡ଼ିଯିବା” ବିଦେଶରେ ଭାରତ ସମ୍ପର୍କରେ ଏପରି କଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଲଣ୍ଡନର କେମ୍ରିଜ ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ‘ଆଇଡିଆଜ ଫର ଇଣ୍ଡିଆ’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ଦାୟିତ୍ବ ହେଉଛି ଲୋକମାନଙ୍କୁ, ସବୁ ସଂପ୍ରଦାୟ, ରାଜ୍ୟକୁ ଏକାଠି କରିବା ଓ ଦେଶରେ ବଢିଚାଲିଥିବା ତାପମାତ୍ରା( ସାଂପ୍ରଦାୟିକ ଉତ୍ତେଜନା)କୁ ହ୍ରାସ କରିବା, ନୋଚେତ୍ ସବୁକିଛି ବିଗିଡ଼ିଯିବ । ଦେଶରେ ଦୁଇ ପ୍ରକାରର ସରକାର ଚାଲିଛି, ଗୋଟିଏ ହେଉଛି ଲୋକଙ୍କ ସ୍ବରକୁ ଦମନ କରିବା ଓ ଅନ୍ୟଟି ହେଉଛି ଲୋକଙ୍କ ସ୍ବରକୁ ଶୁଣିବା ।  ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ଲୋକମାନଙ୍କ କଥା ଶୁଣନ୍ତି, କିନ୍ତୁ ଆମ ଦେଶର ପ୍ରଧାନମନ୍ତ୍ରୀ ଲୋକଙ୍କ କଥା ଶୁଣନ୍ତି ନାହିଁ ।

ରାହୁଲଙ୍କ ଏହି ବୟାନକୁ ବିଜେପି ବିରୋଧ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ନିଜର ଘୃଣା ଯୋଗୁଁ ଦେଶକୁ ବି ଘୃଣା କରିବା ଆରମ୍ଭ କରିଦେଲେଣି ।

ଏହି ସମ୍ମିଳନୀରେ କଂଗ୍ରେସ ନେତା ସଲମାନ ଖୁର୍ସିଦ, ଆରଜେ଼ଡି ନେତା ଜେତସ୍ବୀ ଯାଦବ ଓ ମନୋଜ ଝା ଓ ଟିଏମସି ନେତ୍ରୀ ମହୁଆ ମୈତ୍ର ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର