ନୂଆଦିଲ୍ଲୀ: ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍‌-୧୯ ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ପାଇଁ ଯୋଗ୍ୟ ବିବେଚନା କରିବା କଥା ଏବେ ଭାରତ ବିଚର କରୁଛି ବୋଲି ଏ ସଂକ୍ରାନ୍ତରେ ଜାଣିଥିବା ଦୁଇଟିସୂତ୍ରରୁ ଆଜି ସୂଚନା ମିଳିଛି।

Advertisment

କେତେକ ଦେଶରେ ପୁନର୍ବାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଡୋଜ୍‌ ଟିକା ବିନା ବିଦେଶ ଗସ୍ତ କରିବା ଲାଗି କେତେକ ଭାରତୀୟଙ୍କ ପକ୍ଷେ କଷ୍ଟକର ହେଉଥିବାରୁ ଉପରୋକ୍ତ ସିଦ୍ଧାନ୍ତ ବିଷୟରେ ବିଚାର କରାଯାଉଛି।

ସରକାରୀ ଟିକାକରଣ କେନ୍ଦ୍ରରେ ନିଶୁଳ୍କ ହେଉ କି, ଘରୋଇ ହସ୍ପିଟାଲ୍‌‌ରେ ଅର୍ଥ ବିନିମୟରେ ହେଉ, କେବଳ ପ୍ରତ୍ୟକ୍ଷ ସେବାକାରୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିବିଶେଷଙ୍କୁ ବୁଷ୍ଟର୍‌ ଡୋଜ୍‌ ‌ଟିକା ନେବାକୁ ପୂର୍ବରୁ ଅନୁମତି ଦିଆଯାଇଥିଲା।

publive-image Image Courtesy of India Today

ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ବାକି ବୟସ ବର୍ଗର ଜନସାଧାରଣଙ୍କୁ ମାଗଣାରେ ଟିକା ଦିଆ ଯିବ କି, ନାହିଁ ସେ ସଂକ୍ରାନ୍ତରେ ସରକାର ବିତର୍କ କରୁଛନ୍ତି। ତେଣୁ, ସରକାର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିପାରି ନାହାନ୍ତି।

ଅନୁରୋଧ କରିବା ସତ୍ତ୍ବେ ଏ ବିଷୟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ତୁରନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ତେଣେ, ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ବୁଷ୍ଟର୍‌ ଡୋଜ୍‌ ଦେବା ଲାଗି ସାଂସଦମାନେ ଦାବି କରିଛନ୍ତି। ଏସିଆ ଏବଂ ଇଉରୋପ୍‌ର କେତେକ ପ୍ରାନ୍ତରେ ଭୂତାଣର ପୁନଃ ଦ୍ରୁତ ସଂକ୍ରମଣ ହେଉଥିବା ଦର୍ଶାଇ ସର୍ଭିଲେନ୍‌ ପଦକ୍ଷେପ ବଢ଼ାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲା।