ନୂଆଦିଲ୍ଲୀ : ଚୀନ, ଜାପାନ ଓ ଅନ୍ୟ କେତେକ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ କରୋନା ମହାମାରୀ ପୁଣି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଯାଇଥିବାରୁ ଭାରତ ସରକାର ନିଜର ପୂର୍ବ ନିୟମାବଳୀରେ କେତେକ ପରିବର୍ତ୍ତନ ଆଣିଛନ୍ତି ।
ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ସଂଶୋଧିତ ନିୟମାବଳୀ ଅନୁସାରେ ୬ ଦେଶ-ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡ, ସିଂଗାପୁରରୁ ଆସୁଥିବା ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆଇର ଟେଷ୍ଟ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ହେବ । ନୂଆ ସଂଶୋଧିତ ନିୟମ ଅନୁସାରେ, ଏହି ୬ଟି ଦେଶ ବାଟ ଦେଇ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ବି ସମାନ ନିୟମ ଲାଗୁ ହେବ । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଲବ ଅଗ୍ରଓ୍ବାଲ କେନ୍ଦ୍ର ବେସାମରିକ ବିମାନଚଳାଚଳ ସଚିବ ରାଜୀବ ରଂଜନଙ୍କୁ ଏକ ପତ୍ର ଲେଖି ସୂଚୀତ କରିଛନ୍ତି ।
ଏହାକୁ ଦୃଷ୍ଟିରେ ରଖ୍ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟର ଏୟାର ସୁବିଧା ପୋର୍ଟାକୁ କାର୍ଯ୍ୟକ୍ଷମ କରାଯାଇଛି । ଯାତ୍ରୀମାନେ ଏହି ପୋର୍ଟାଲରେ ନେଗେଟିଭ୍ ଆରଟିପିସିଆର ରିପୋର୍ଟ ଓ ଏକ ସ୍ବଘୋଷଣାନାମା ଅପଲୋଡ୍ କରିବେ । ଏହି ନିୟମାବଳୀ ଜାନୁଆରି ପହିଲାରୁ ଲାଗୁ ହୋଇଯାଇଛି ।
ଅନ୍ୟପକ୍ଷରେ ଭାରତୀୟ ଏୟାରପୋର୍ଟରେ ପହଞ୍ଚିବାପରେ ହେଉଥିବା ୨ ପ୍ରତିଶତ ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା ଜାରି ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/WhatsApp-Image-2023-01-02-at-17.48.12.jpeg)