ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଧକ୍କା। ରୁଷରୁ ତେଲ କିଣୁଥିବାରୁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଥିଲା ଆମେରିକା। ଏହା ଫଳରେ ଭାରତୀୟ ସାମଗ୍ରୀ ରପ୍ତାନୀ ହେବା କଷ୍ଟକର ହୋଇପଡ଼ିଥିଲା। ଏବେ ଏହାର ସମାଧାନର ବାଟ ବାହାର କରିଛନ୍ତି ଭାରତର ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓମାନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷର କରିଛି ଭାରତ। ଏବେ ବିନା ଶୁଳ୍କରେ ଓମାନକୁ ଭାରତ ଜିନିଷ ରପ୍ତାନୀ କରିବ । ୯୯% ଜିନିଷ ଉକରେ କୌଣସି ଶୁଳ୍କ ଲାଗୁ କରିବ ନାହିଁ ଓମାନ।

Advertisment

ଭାରତ-ଓମାନ ମୁକ୍ତ ବାଣିଜ୍ୟର କ’ଣ ଲାଭ ହେବ?

ଏହି ଚୁକ୍ତିନାମା ଭାରତର ଶ୍ରମ-କେନ୍ଦ୍ରିକ କ୍ଷେତ୍ର ଯେପରିକି ବସ୍ତ୍ର, ଚମଡା, ଜୋତା, ରତ୍ନ ଏବଂ ଅଳଙ୍କାର, ଇଞ୍ଜିନିୟରିଂ ଉତ୍ପାଦ, ପ୍ଲାଷ୍ଟିକ୍, ଫର୍ଣ୍ଣିଚର, କୃଷି ଉତ୍ପାଦ, ଔଷଧ, ଚିକିତ୍ସା ଉପକରଣ ଏବଂ ଅଟୋମୋବାଇଲ୍ ରପ୍ତାନିକୁ ବୃଦ୍ଧି କରିବ। ଏହା ନିଯୁକ୍ତି ସୃଷ୍ଟି କରିବ ଏବଂ କାରିଗର, ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଏବଂ MSME ଗୁଡ଼ିକୁ ମଜବୁତ କରିବ। ଏହା ଗତ ଛଅ ମାସ ମଧ୍ୟରେ ଭାରତର ଦ୍ୱିତୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ଭାରତ ଗତ କିଛି ବର୍ଷ ମଧ୍ୟରେ ଅନେକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ୱାକ୍ଷର କରିଛି, ଯାହା ଆମର ଚାଷୀ, ବ୍ୟବସାୟୀ ଏବଂ ରପ୍ତାନିକାରୀଙ୍କୁ ଲାଭ ଦେଉଛି।

ଭାରତ ଓମାନକୁ କ’ଣ ରପ୍ତାନି କରେ?

ଭାରତର ପ୍ରମୁଖ ଆମଦାନୀ ହେଉଛି ପେଟ୍ରୋଲିୟମ୍ ଉତ୍ପାଦ ଏବଂ ୟୁରିଆ, ଯାହା ମୋଟ ଆମଦାନୀର ୭୦ପ୍ରତିଶତରୁ ଅଧିକ ଅଟେ। ଅନ୍ୟାନ୍ୟ ପ୍ରମୁଖ ଉତ୍ପାଦଗୁଡ଼ିକ ମଧ୍ୟରେ ପ୍ରୋପିଲିନ୍ ଏବଂ ଇଥିଲିନ୍ ପଲିମର, ପେଟ କୋକ୍, ଜିପସମ୍, ରାସାୟନିକ ପଦାର୍ଥ, ଲୁହା, ଇସ୍ପାତ ଏବଂ ଅପରିଶୋଧିତ ଆଲୁମିନିୟମ୍ ଅନ୍ତର୍ଭୁକ୍ତ। ଓମାନକୁ ଭାରତର ପ୍ରମୁଖ ରପ୍ତାନି ମଧ୍ୟରେ ଖଣିଜ ଇନ୍ଧନ, ରାସାୟନିକ ପଦାର୍ଥ, ମୂଲ୍ୟବାନ ଧାତୁ, ଲୁହା ଏବଂ ଇସ୍ପାତ, ଶସ୍ୟ, ଜାହାଜ, ଡଙ୍ଗା, ବୈଦ୍ୟୁତିକ ଯନ୍ତ୍ରପାତି, ବଏଲର, ଚା, କଫି, ମସଲା, ବସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ।

'ଭାରତ ପାଇଁ ଖୋଲିବ ବିଶ୍ୱର ବୃହତ୍ ବଜାର '

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଭାରତ-ଓମାନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅଟୋମୋବାଇଲ୍, ଅଳଙ୍କାର, କୃଷି ରସାୟନ, ନବୀକରଣୀୟ ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ। 

ଆହୁରି ପଢ଼ନ୍ତୁ: Uttar Pradesh Under Severe Cold: ଜିଲ୍ଲାପାଳଙ୍କ ନିକଟରେ ସ୍କୁଲ ଛୁଟି ପାଇଁ ଅନୁରୋଧ କଲେ କୁନିପିଲା