ପେଙ୍ଗୋଙ୍ଗ ହ୍ରଦରେ ଚୀନ ନିର୍ମାଣ କରୁଥିବା ପୋଲ ବେଆଇନ ଭାବେ ଅଧିକୃତ ଅଂଚଳରେ ଅବସ୍ଥିତ : ଭାରତ

ନୂଆଦିଲ୍ଲୀ : ବିବାଦୀୟ ପୋଙ୍ଗୋଙ୍ଗ ହ୍ରଦ ଉପରେ ଚୀନ ପକ୍ଷରୁ ୨ୟ ପୋଲ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଭାରତ । ୧୯୬୦ ଦଶକରେ ଚୀନ ପକ୍ଷରୁ ବେଆଇନ ଭାବେ ଅଧିକାର କରାଯାଇଥିବା ଭାରତୀୟ ଅଂଚଳରେ ଏସବୁ ନିର୍ମାଣ କରାଯାଉଛି ବୋଲି ଭାରତ କହିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚୀନ ପେଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବରୁ ଥିବା ପୋଲ ନିକଟରେ ଆଉ ଏକ ପୋଲ ନିର୍ମାଣ କରୁଥିବା ସଂପର୍କିତ ରିପୋର୍ଟ ଆମ ନଜରକୁ ଆସିଛି । ଉଭୟ ପୋଲ ୧୯୬୦ ଦଶକରେ ଚୀନ ପକ୍ଷରୁ ବେଆଇନ ଭାବେ ଅଧିକାର କରାଯାଇଥିବା ଭାରତୀୟ ଅଂଚଳରେ ନିର୍ମାଣ କରାଯାଇଛି ।

ତେବେ ଏହି ସାମରିକ ଦୃଷ୍ଟିକୋଣରୁ ଏହି ପୋଲର କଣ ପ୍ରଭାବ ରହିବ ସେ ସମ୍ପର୍କରେ ସେ କିଛି ମନ୍ତବ୍ୟ ଦେଇପାରିବେ ନାହିଁ । ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ଠିକ ଭାବେ କହିପାରିବ ।

ସୂଚନାଯୋଗ୍ୟ ଯେ, ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଝବୁତ । ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସଂଦେହ କରୁଛନ୍ତି । ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି । ଗତ ବର୍ଷ ପେଙ୍ଗାଙ୍ଗ ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଂଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା ।

ସମ୍ବନ୍ଧିତ ଖବର