ନୂଆଦିଲ୍ଲୀ : ରୁଷ ସହ ଭାରତର ସମ୍ପର୍କ ବିଭିନ୍ନ ଝଡ଼ଝଞ୍ଜା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି ଓ ଦିନକୁ ଦିନ ଏହା ଅଧିକ ସୁଦୃଢ ହୋଇଚାଲିଛି । କିନ୍ତୁ ବିଭିନ୍ନ ସମୟରେ ଆମେରିକା ଭାରତ-ରୁଷ ସମ୍ପର୍କରେ ଭଟ୍ଟା ପକାଇବାକୁ ଉଦ୍ୟମ କରିଥିଲେ ବି ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ଏଥର ବି ଏହି ସମ୍ପର୍କ ଲାଗି ହିଁ ଭାରତ ଉପରେ ୨୫% ଶୁଳକ ଓ ଜରିମାନା ବସାଇଛି ଆମେରିକା । ଏହା ସତ୍ତ୍ବେ ଭାରତ ଅବିଚଳିତ ରହିଛି ।

Advertisment

ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଅନ୍ୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ସ୍ବତନ୍ତ୍ର ଓ ନିଜସ୍ବ ନୀତି ଅନୁସାରେ ଆଧାରିତ ହୋଇଥାଏ । ଭାରତ ଓ ରୁଷ ସମ୍ପର୍କ ସମୟର କଷଟିରେ ଉତ୍ତୀର୍ଣ୍ଣ ହୋଇଛି । 

ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଅନ୍ୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ସ୍ବତନ୍ତ୍ର ଓ ନିଜସ୍ବ ନୀତି ଅନୁସାରେ ଆଧାରିତ ହୋଇଥାଏ । ଭାରତ ଓ ରୁଷ ସମ୍ପର୍କ ସମୟର କଷଟିରେ ଉତ୍ତୀର୍ଣ୍ଣ ହୋଇଛି । 

ସେହି ପରି ଆମେରିକା ସହ ସମ୍ପର୍କରେ ଉପରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଦୁଇଦେଶର ସମ୍ପର୍କ ଅନେକ ଆହ୍ବାନ ଓ ପରିବର୍ତ୍ତନ ସହ ଗତି କରିଛି ଓ ଏହା ମଝବୁତ ରହିଛି। ଭାରତର ପ୍ରତିରକ୍ଷା କ୍ରୟ ନିଜର ରାଷ୍ଟ୍ରୀୟ ସୁରକ୍ଷା ଓ ରଣନୈତିକ ମୂଲ୍ୟାଙ୍କନ ଉପରେ ଆଧାରିତ ଅଟେ । 
ସେହିପରି ନୀମିଷାପ୍ରିୟା ପ୍ରସଙ୍ଗରେ ସେ କହିଛନ୍ତି ଯେ ଭାରତର ହସ୍ତକ୍ଷେପ ପରେ ମୃତ୍ୟୁଦଣ୍ଡ ଟଳାଯାଇପାରିଛି । ଏହା ସତ୍ତ୍ବେ ସ୍ଥିତି ଏବେ ବି ସଂବେଦନଶୀଳ ରହିଛି ।