ନୂଆଦିଲ୍ଲୀ : ଭାରତର ଭୀଷଣ ଆପତ୍ତି ସତ୍ତ୍ବେ ପାକିସ୍ତାନକୁ ୨.୩ ବିଲିୟନ ଋଣ ଦେବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ବିଚାର କରୁଛି । ଏହି ୨.୩ ବିଲିୟନ ଡଲାର ମଧ୍ୟରୁ ୧ ବିଲିୟନ ଡଲାର ଏକ୍ସଟେଣ୍ଡେଡ୍ ଫଣ୍ଡ ଫାସିଲିଟି ଓ ୧.୩ ବିଲିୟନ ଡଲାର ନୂଆ ଋଣ ।
ଆଜି ଆଇଏମଏଫର ଏହି ସମୀକ୍ଷା ବୈଠକକୁ ବର୍ଜନ କରିଥିଲା ଭାରତ । ଏହା ସହିତ ପାକିସ୍ତାନକୁ ପୁଣି ଋଣ ପ୍ରଦାନକୁ ଭାରତ ତୀବ୍ର ବିରୋଧ କରିଛି । ଆତଙ୍କବାଦୀଙ୍କୁ ପ୍ରେତ୍ସାହନ ଯୋଗାଉଥିବା ପାକିସ୍ତାନକୁ ଗତ ୫ ବର୍ଷରେ ୪ ଥର ଋଣ ପ୍ରଦାନକୁ ଭାରତ ପ୍ରଶ୍ନ ଉଠାଇଛି । ପାକିସ୍ତାନ ଆଇଏମଏଫ ଋଣର ଆତଙ୍କବାଦ ପାଇଁ ଅପବ୍ୟବହାର କରିପାରେ ବୋଲି ଭାରତ କହିଛି । ଋଣ ପ୍ରଦାନ ବେଳେ ନୈତିକତା ଦିଗ ପ୍ରତି ଦୃଷ୍ଟି ଦେବାକୁ ଭାରତ କହିଛି । ପାକିସ୍ତାନ ପରି ଏକ ଆତଙ୍କବାଦୀ ରାଷ୍ଟ୍ରକୁ ବାରମ୍ବାର ଋଣ ଦେବା ଅନ୍ତର୍ଜାତୀୟ ସମୁଦାୟ ପ୍ରତି ଏକ ବିପଜ୍ଜନକ ବାର୍ତ୍ତା ଯାଉଛି । ଏହା ଆଇଏମଏଫର ଭାବମୂର୍ତ୍ତିକୁ ମଳିନ କରୁଛି ବୋଲି ଭାରତ କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2023/01/imf.jpg)