ଆରପାରିରେ ଭାରତୀୟ କ୍ରିକେଟର ଭୁବନେଶ୍ୱର କୁମାରଙ୍କ ବାପା, ଯକୃତ କର୍କଟ ରୋଗରେ ଥିଲେ ପୀଡିତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ପିତା କିରଣ ପାଲ ସିଂହଙ୍କର ଦେହାନ୍ତ ହୋଇଛି । ଦୀର୍ଘ ୮ମାସ ହେଲା ସେ ଯକୃତ କର୍କଟ ରୋଗରେ ପୀଡିତ ଥିଲେ | ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଭୁବନେଶ୍ୱର କୁମାର କିଛିଦିନ ହେବ ଘରେ ରହି ତାଙ୍କ ପିତାଙ୍କର ସେବା କରୁଥିଲେ । କିରଣ ପାଲ ସିଂହଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟ ଖେଳି ଯାଇଛି ।

ସୂଚନା ମୁତାବକ, ଅସୁସ୍ଥ ଥିବାରୁ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହୋଇ କିଛିଦିନ ହେବ ଘରକୁ ଫେରିଥିଲେ କିରଣ ପାଲ ସିଂହ। ଗଙ୍ଗାନଗର ସି ମାର୍କେଟ ଘରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର କୁମାରଙ୍କ ପିତା ପୁଲିସ ବିଭାଗରେ ଚାକିରି କରୁଥିଲେ । ଅସୁସ୍ଥତା ଯୋଗୁଁ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ ।

Indian pacer Bhuvneshwar Kumar's father dies due to severe liver disease
InsideSport

ଭୁବନେଶ୍ୱର କୁମାରଙ୍କ ପିତା କିରଣ ପାଲ ସିଂହଙ୍କର ଚିକିତ୍ସା ଇଂଲଣ୍ଡର ଜଣେ ଡାକ୍ତରଙ୍କ ପରାମର୍ଶରେ କରାଯାଉଥିଲା । ଏତେ ଗମ୍ଭୀର ରୋଗରେ ପୀଡିତ ଥାଇ ବି ସେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ଭୁବନେଶ୍ୱର କୁମାରଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ଅପିଲ କରିଥିଲେ । ଭୁବନେଶ୍ୱର କୁମାର ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ନିର୍ବାଚିତ ହେବା ପରେ ସେ ବହୁତ ଖୁସି ହୋଇଥିଲେ ।

ସମ୍ବନ୍ଧିତ ଖବର