ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ଯୋଗୁଁ ଥାଇଲାଣ୍ଡ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଇନ୍‌ ଯୁଦ୍ଧ

ମୁମ୍ବାଇ: ଛୋଟା ଶକୀଲ୍‌ର ସହଯୋଗୀ ୫୦ ବର୍ଷିୟ ହୁସେନ୍‌ ସୟେଦ୍‌ ଓରଫ୍‌ ମୁନ୍ନା ଜିଙ୍ଗାଦା ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ଦର୍ଶାଇ ତା’ର ସୁରକ୍ଷା ଦାବି କରି ପାକିସ୍ତାନ ଥାଇଲାଣ୍ଡ୍‌ର ଏକ ଅଦାଲତରେ ଆବେଦନ କରିଛି। ଉକ୍ତ ଅଦାଲତ ସେ ଗ୍ୟାଙ୍ଗ୍‌ଷ୍ଟର୍‌କୁ ଭାରତକୁ ପ୍ରତ୍ୟାର୍ପଣ କରିବ ବୋଲି ପୂର୍ବରୁ ନୂଆଦିଲ୍ଲୀର ଅନୁରୋଧ ରକ୍ଷାକରି ରାୟ ଶୁଣାଇଥିଲା।

ଜିଙ୍ଗାଦା ଜଣେ ଭାରତୀୟ ନାଗରିକ ବୋଲି ଗତ ଅଗଷ୍ଟ ମାସରେ ଥାଇଲାଣ୍ଡ୍‌ ଅଦାଲତ ଶୁଣାଇଥିବା ରାୟକୁ ଚାଲେଞ୍ଜ୍‌ କରି ଗତ ମାସରେ ପାକିସ୍ତାନ ସରକାର ସେହି ଅଦାଲତରେ ଆବେଦନ କରିଥିଲେ। ଯୋଗେସ୍ୱରୀର ମୂଳ ବାସିନ୍ଦା ଜିଙ୍ଗାଦା ଛୋଟା ସକିଲ୍‌ର କଥାରେ ତା’ର ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ୍‌ଷ୍ଟର୍‌ ଛୋଟା ରାଜନକୁ ୨୦୦୦ ମସିହାରେ ବ୍ୟାଙ୍ଗକ୍‌କ୍‌ରେ ହତ୍ୟା କରିବାକୁ ଉଦ୍ୟମ କରିଥିଲା।

ଏଥିପାଇଁ ତାକୁ ଗିରଫ କରି ୧୦ ବର୍ଷ ଜେଲ୍‌ଦଣ୍ଡ ଦିଆଯାଇଥିଲା। ୨୦୧୨ରେ ଜେଲ୍‌ ଦଣ୍ଡାଦେଶ ସରିବା ପରେ ତା’ର ନାଗରିକତ୍ୱ ନିମନ୍ତେ ଭାରତ ଓ ପାକିସ୍ତାନ ମଧ୍ୟରେ ଥାଇଲାଣ୍ଡ୍‌ କୋର୍ଟରେ ଲଢ଼େଇ ଲାଗିଥିଲା।

ଜିଙ୍ଗାଦାକୁ ଭାରତକୁ ପ୍ରତ୍ୟାର୍ପଣ କରାଯିବା ଫଳରେ ପାକିସ୍ତାନରେ ଦାଉଦ ରହୁଛି ବୋଲି ଭାରତ ନିଶ୍ଚିତ ହୋଇ ପାରିବ ବୋଲି ମୁମ୍ବାଇ ପୁଲିସ କହୁଛି। ସେଥିପାଇଁ ପାକିସ୍ତାନ ଜିଙ୍ଗାଦାକୁ କୌଣସି ମତେ ଭାରତକୁ ପ୍ରତ୍ୟାର୍ପଣ କରାଇ ଦେବାର ସୁଯୋଗ ଛାଡୁନାହିଁ ବୋଲି ଗୁଇନ୍ଦାସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର