ଭାରତ – ପାକିସ୍ତାନ ମଧ୍ୟରେ ଇଣ୍ଡସ କମିଶନ ଆଲୋଚନା ଜାରି ରହିବ

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଇଣ୍ଡସ କମିଶନ ଆଲୋଚନା ଜାରି ରହିବ ବୋଲି ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଆୟୋଗର ୧୧୮ତମ ବୈଠକ ସୋମବାର ଆରମ୍ଭ ହୋଇଛି। ସୟଦ ମହମ୍ମଦ ମେହେର ଅଲ୍ଲୀ ସାହଙ୍କ ନେତୃତ୍ବରେ ପାକିସ୍ତାନ ପ୍ରତିନିଧି ଦଳ ନୂଆଦିଲ୍ଲୀଠାରେ ଆୟୋଗର ୧୧୮ତମ ବୈଠକର ପ୍ରଥମ ଅଧିବେଶନରେ ଜଳ ବଣ୍ଟନ ସମ୍ପର୍କିତ ସମସ୍ତ ବିଷୟରେ ଆଲୋଚନା କରିଥିଲେ। ମଙ୍ଗଳବାର ମଧ୍ୟ ଏହି ବୈଠକ ଜାରି ରହିବ। ୧୯୬୦ ମସିହାରେ ପାକିସ୍ତାନ ଓ ଭାରତ ମଧ୍ୟରେ ଇଣ୍ଡସ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ପୂର୍ବ ଭାରତର ସତଲେଜ, ବିଏସ ଏବଂ ରବି ନଦୀ ସମୂହର ଜଳ ଭାରତ ବ୍ୟବହାର କରିବା ପାଇଁ ଦିଆଯାଇଛି। ଏହା ଦ୍ବାରା ୩୩ ମିଲିଅନ ଏକର ଜମି ଜଳସେଚିତ ହେଲା ଭଳି ଜଳ ବିନା ଦ୍ବିଧାରେ ଭାରତ ବ୍ୟବହାର କରିପାରିବ। ତେବେ ପଶ୍ଚିମ ଭାରତକୁ ସମ୍ପର୍କ କରୁଥିବା ଇନ୍ଦୁସ, ଝେଲମ ଏବଂ ଚେନାବ ନଦୀଗୁଡିକର ୧୩୫ ମିଲିୟନ ଏକର ଜମିରେ ଜଳସେଚିତ ହେଲା ଭଳି ଜଳ ପାକିସ୍ତାନକୁ ବ୍ୟବହାର କରିବା ପାଇଁ ଦିଆଯାଇଛି। ତେବେ ପଶ୍ଚମ ଅଂଶରେ ଥିବା ନଦୀ ଅବବାହିକାର ସୁରକ୍ଷା ସହିତ ଚୁକ୍ତି ଅନୁସାରେ ସଂରକ୍ଷଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର