ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ କର୍ତ୍ତାରପୁର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଓ ଉତ୍ତେଜନା ଜାରି ରହିଥିବା ବେଳେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ କର୍ତ୍ତାରପୁର ଚୁକ୍ତି ସ୍ୱାକ୍ଷରିତ ହୋଇ ଯାଇଛି। ଏହି କରିଡର ଭାରତର ପଞ୍ଜାବ ଗୁରୁଦାସପୁରରେ ଥିବା ଡେରା ବାବା ନାନକ ସାହିବ ଗୁରୁଦ୍ୱାରାକୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ଯୋଡ଼ିବ।
ଭାରତ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ଏସ୍‌ସିଏଲ୍‌ ଦାସ ଆଜି କର୍ତ୍ତାରପୁର କରିଡରର ‘ଜିରୋ ପଏଣ୍ଟ’ରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ପାକିସ୍ତାନୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି।

News Nation

ଏହି କରିଡ଼ର ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖୋଲାରହିବ। ଯେଉଁ ତୀର୍ଥଯାତ୍ରୀମାନେ ଏହି କରିଡ଼ର ବାଟ ଦେଇ କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ଯେଉଁଦିନ ଯିବେ ସେମାନଙ୍କୁ ସେହିଦିନ ଫେରିବା ପାଇଁ ପଡ଼ିବ। ଏହି କରିଡ଼ର ବାଟଦେଇ କେବଳ ମାତ୍ର ପାସ୍‌ପୋର୍ଟଧାରୀ ତୀର୍ଥଯାତ୍ରୀମାନେ ଯାଇପାରିବେ। ତେବେ, କର୍ତ୍ତରପୁର କରିଡ଼ର ଦେଇ ପାକିସ୍ତାନର କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ଯାଉଥିବା ଯାତ୍ରୀମାନଙ୍କୁ ଭିସାର ଆବଶ୍ୟକତା ପଡ଼ିବ ନାହିଁ। ଏହି କରିଡ଼ର ବର୍ଷ ତମାମ୍‌ ଯାତ୍ରୀମାନଙ୍କ ପାଇଁ ଖୋଲା ରହିବ।

ସମ୍ବନ୍ଧିତ ଖବର