ଇମ୍ରାନ ଖାଁଙ୍କ ଆଶଙ୍କା  : ନିର୍ବାଚନ ପୂର୍ବରୁ ଭାରତ ଆମ ଉପରେ ଆଉ ଏକ ଆକ୍ରମଣ କରିପାରେ

ଇସ୍ଲାମାବାଦ : ଭାରତରେ ନିର୍ବାଚନ ଶେଷ ହେବା ପରେ ହିଁ ଭାରତ-ପାକ ସଂପର୍କରେ ସୁଧାର ଆସିବ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ ମଧ୍ୟ ଆଶଙ୍କା ପ୍ରକଟ କରିଛନ୍ତି ଯେ ନିର୍ବାଚନ ଆସୁ ଆସୁ ଭାରତ ଆଉ ଏକ ଦୁଃସାହସିକ ପଦକ୍ଷେପ ଉଠାଇପାରେ ।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୧୪ରେ ଜାମ୍ମୁର ପୁଲଓ୍ବାମାଠାରେ ସିଆରପିଏଫର ଏକ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ପାକିସ୍ତାନ ଭିତ୍ତିକ ଜୈସ-ଇ-ମହମ୍ମଦ ଏଥିପାଇଁ ନିଜକୁ ଦାୟୀ କରିଥିଲା । ଏହାକୁ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ ପାକିସ୍ତାନରେ ଥିବା ଜୈସ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା । ଏହା ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ପାକିସ୍ତାନର ବାୟୁସେନାର ବିମାନ ଭାରତ ଭିତରେ ପଶିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । କିନ୍ତୁ ଭାରତର ମିଗ ୨୧ ବିମାନ ପାକିସ୍ତାନର ଏକ ଏଫ-୧୬ ବିମାନକୁ ଖସେଇ ଦେଇଥିଲା ।

ସମ୍ବନ୍ଧିତ ଖବର