ନୂଆଦିଲ୍ଲୀ: ଭାରତ ମଇ ୭ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ଦ୍ୱାରା ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଥିଲା। 

Advertisment

ଏହି ଆକ୍ରମଣରେ ଭାରତ ପାକିସ୍ତାନରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିବା ସହିତ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଥିଲା। ଏହାପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି। ଭାରତ ସୈନ୍ୟ ପାକିସ୍ତାନର ସମସ୍ତ ଯୋଜନା ପଣ୍ଡ କରିବାରେ ଏଯାବତ ସଫଳ ରହିଛନ୍ତି। 

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଥିବା ବେଳେ ସାଇରନ ବଜାଇ ସୀମାନ୍ତ ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଛି। ଏପରିପରିସ୍ଥିତିରେ କେଉଁ ସାଇରନ ଯୁଦ୍ଧର ଚେତାବନୀ କେଉଁ ସାଇରନ ପରିସ୍ଥିତି ଆୟତ୍ତକୁ ଆସିଯାଇଥିବା ପାଇଁ ବଜା ଯାଉଛି ତାହା ଜାଣିବା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ ରହିଛି।

ଯେକୌଣସି ଯୁଦ୍ଧ କିମ୍ବା ଆକ୍ରମଣ ସମୟରେ ଲାଲ ଏବଂ ସବୁଜ ଆଲର୍ଟ ସାଇରନକୁ କିପରି ଚିହ୍ନଟ କରିବେ ଆସନ୍ତୁ ଜାଣିବା।

ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଅପରେସନ ସିନ୍ଦୂର କିମ୍ବା ବିମାନ ଆକ୍ରମଣ ଭଳି ଅନ୍ୟାନ୍ୟ ବିପଦ ବିଷୟରେ ସୂଚନା ଦେବା ପାଇଁ ସତର୍କୀକରଣ ସାଇରନ୍ ବ୍ୟବହାର କରାଯାଏ (ରେର୍ଡ ଆଲର୍ଟ)। ଯୁଦ୍ଧ ପୂର୍ବରୁ କିମ୍ବା କୌଣସି ବିପଦ ଆସିବା ପୂର୍ବରୁ ବଜାଯାଉଥିବା ସାଇରନ ୨ ରୁ ୫ କିଲୋମିଟର ଦୂରରୁ ଶୁଣାଯାଇଥାଏ। ଏହି ଚେତାବନୀର ଶବ୍ଦ ଖୁବ ଶକ୍ତିଶାଳୀ ଥାଏ।ଏହି ଶବ୍ଦ ଉଚ୍ଚରୁ ଧୀରେଧୀରେ ନିମ୍ନ ହୋଇଥାଏ। ଏହାର ଶବ୍ଦ ୧୨୦-୧୪୦ ଡେସିବେଲ ମଧ୍ୟରେ ହୋଇଥାଏ। ରେର୍ଡ ଆଲର୍ଟ ସାଇରନ ପାଖାପାଖି ୫ମିନିଟ ପର୍ଯ୍ୟନ୍ତ ବାଜିଥାଏ। ଏହା ଏମିତି ଏକ ଶବ୍ଦ ଥାଏ ଯିଏ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଶୁଣା ଯାଇଥାଏ। 

ସେହିପରି ସବୁଜ ଆଲର୍ଟ ସାଇରନ୍ ସୂଚାଇ ଥାଏ ଯେ ବିପଦ ଟଳି ଯାଇଛି। ଏହାପରେ ଲୋକମାନେ ସେମାନଙ୍କ ଘରୁ ଏବଂ ଆଶ୍ରୟସ୍ଥଳରୁ ବାହାରକୁ ଆସି ଦୈନନ୍ଦିନ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରିଥାଆନ୍ତି। ଏହାର ଶବ୍ଦ ସିଧାସଳଖ ହୋଇଥାଏ।। 

ରେଡ୍ ଆଲର୍ଟ ପରି କୌଣସି ଉତ୍ଥାନ-ପତନ ନଥାଏ। ଏହାର ସମୟ କମ୍ ଏବଂ ଏହା ପ୍ରାୟ ଗୋଟିଏ ମିନିଟ୍ ପାଇଁ ବାଜାଯାଇଥାଏ। ଏହି ସାଇରନ ବିପଦ ଟଳିଗଲାର ସୂଚନା ଦେଇଥାଏ।