ନୂଆଦିଲ୍ଲୀ: ଭାରତ ପହଲଗାମ ଆତଙ୍କୀ ହମଲାର ମୁହଁତୋଡ ଜବାବ ଦେଇଛି । ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ଜରିଆରେ ନିଆଯାଇଛି । ଭାରତର ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା (ଏଠାରେ ଆତଙ୍କବାଦୀ ହେବାପାଇଁ ପ୍ରଶିକ୍ଷଣ ଓ ଆତଙ୍କବାଦୀଙ୍କୁ ଭର୍ତ୍ତି କରାଯାଇଥାଏ) ଉପରେ ଆକ୍ରମଣ କରିଥିଲା। ଭାରତର ଆକ୍ରମଣରେ ଆତଙ୍କବାଦୀଙ୍କ ୯ଟି ଆଡ୍ଡା ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରି ହୋଇଯାଇଛି। ଏଥିରେ ଜୈସ-ଏ- ମହମ୍ମଦର ଆଡ୍ଡା ବି ସାମିଲ ରହିଛି।
ଅପରେସନ ସିନ୍ଦୂର ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ସାଟେଲାଇଟ ଜରିଆରେ ଦୁଇଟି ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ଦୁଇଟିରେ ଆକ୍ରମଣ ପୂର୍ବ ଓ ପରର ଅବସ୍ଥା କିପରି ରହିଛି ତାହା ନଜର ଆସୁଛି।
ମଙ୍ଗବାର ବିଳମ୍ବିତ ରାତିରେ ସିନ୍ଦୂର ଆକ୍ରମଣର କିଛି ସମୟ ପରେ ସାଟେଲାଇଟ ଜରିଆରେ ଆକ୍ରମଣ ପୂର୍ବ ଓ ପରର ଫଟୋ ଉଠାଯାଇଥିଲା।
ସାମ୍ନାକୁ ଆସିଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଗତମଙ୍ଗଳବାର ରାତିରେ ଭାରତ କରିଥିବା ଶକ୍ତିଶାଳୀ ଆକ୍ରମଣ ପରେ ପାକିସ୍ତାନର ବହାବଲପୁରରେ ଜୈସ-ଏ- ମହମ୍ମଦର ମୁଖ୍ୟ ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ସୁଭାନ ଅଲ୍ଲାହ ସହିତ ନିକଟରେ ଥିବା ଏକ ମସଜିଦ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ଜମ୍ମୁ କଶ୍ମୀରର ପହଲଗ୍ରାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏୟାର ଷ୍ଟ୍ରାଇକ ପାଇଁ ଅଣ୍ଟା ଭିଡ଼ିଥିଲେ। ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ଅପରେସନ ଆରମ୍ଭ କରିଥିଲେ । ଯାହାର ନାମ ସେ ରଖିଥିଲେ ସିନ୍ଦୂର।
ସିନ୍ଦୂର ଅପରେସନ ସଫଳ ହେବାପରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି କଳାକାର, ରାଜନେତା ଓ କ୍ରିକେଟରମାନେ ଭୁରିଭୁରି ପସନ୍ଦ କରୁଛନ୍ତି। ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଅନେକ ମହିଳାଙ୍କ ମଥାରୁ ସିନ୍ଦୂର ଲାଭିଯାଇଥିବା ବେଳେ ଅପରେସନ ସିନ୍ଦୂର କଡ଼ା ତାହାର ଜବାବ ଦେଇଛି।