ପହଲଗାମ୍‌: ଜମ୍ମୁ-କଶ୍ମୀରର ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଢେର୍‌ ଅଧିକ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଜାମିୟତ୍‌ ଉଲେମା ଇସ୍‌ଲାମ୍‌ ପାର୍ଟିର ନେତା ମୌଲନା ଫଜଲୁର୍‌ ରହମାନ ଅଫ୍‌ଗାନିସ୍ତନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।

Advertisment

ଭାରତ ବିରୋଧୀ ନେତା ଫଜଲୁର ରହମାନ ନିଜର ଭାଷଣରେ କହିଛନ୍ତି କି ‘‘ଆମେ କଶ୍ମୀର ବିଷୟରେ କଥା ହେଉଛେ। ମାତ୍ର ଆମକୁ କଶ୍ମୀର ପୂର୍ବରୁ ଆଫଗାନିସ୍ତାନ ବିଷୟରେ ଚିନ୍ତା କରିବାକୁ ହେବ। ଆମକୁ ଚିନ୍ତା କରିବାକୁ ହେବ ଯେ ପାକିସ୍ତାନ, ଆଫଗାନିସ୍ତାନ ସହ ତା’ର ସଂପର୍କ କାହିଁକି ବଢ଼ାଇ ନାହିଁ।’’

ଯଦି ଆମେ ରାଜନୀତି ଜାଣିଥାନ୍ତୁ ତେବେ ଆଜି ଆଫଗାନିସ୍ତାନ ପାକିସ୍ତାନ ସମର୍ଥକ ଆଫଗାନିସ୍ତାନ ହୋଇଥାନ୍ତା। କିନ୍ତୁ ଆମେ ସେପରି କରିନାହୁଁ। 

ସେ କହିଛନ୍ତି ଯେ ସୀମାର ଉଭୟ ପାର୍ଶ୍ୱରେ ସାମଗ୍ରୀ ବୋଝେଇ ଗାଡ଼ିର ଲମ୍ବା ଧାଡ଼ି ଲାଗିଛି ଏବଂ ଜନସାଧାରଣଙ୍କ ସାମଗ୍ରୀ ନଷ୍ଟ ହେଉଛି। ଏହି ଭୁଲ ନୀତିଗୁଡ଼ିକ ସେତେବେଳେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ରହିବ ଯେପର୍ଯ୍ୟନ୍ତ ରାଜନୈତିକ ଏବଂ ଅର୍ଥନୈତିକ ଚିନ୍ତାଧାରା ସାମରିକ ଚିନ୍ତାଧାରା ସହିତ ମିଶ୍ରିତ ନହୁଏ।

ମୌଲାନା ଫଜଲୁର ରହମାନ କହିଥିଲେ ଯେ କାଶ୍ମୀର ପ୍ରସଙ୍ଗ ଅଛି କିନ୍ତୁ କାଶ୍ମୀର ପ୍ରସଙ୍ଗ ପୂର୍ବରୁ ଆମକୁ ଆଫଗାନିସ୍ତାନ ବିଷୟରେ ଚିନ୍ତା କରିବାକୁ ପଡିବ।