ନୂଆଦିଲ୍ଲୀ: ବ୍ୟାଙ୍କ ଦୁର୍ନୀତିର ଅଭିଯୁକ୍ତ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନାଗରିକତା ପ୍ରଦାନ ମାମଲାରେ ଆଣ୍ଟିଗୁଆ ସରକାର କହିଛନ୍ତି ଯେ ଭାରତ ସରକାରଙ୍କ ମଂଜୁରି ଯୋଗୁଁ ତାଙ୍କୁ ନାଗରିକତା ପ୍ରଦାନ କରାଯାଇଛି। ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଭାରତ ସରକାର କ୍ଲିନ୍ ଚିଟ୍ ଦେବା ସହ ତାଙ୍କ ଦସ୍ତାବିଜ ଉପରେ କୌଣସି ଅଙ୍କୁଶ ଲଗାଇ ନଥିଲେ। ତେଣୁ ଚୋକସିଙ୍କ ବିରୋଧରେ କୌଣସି ପ୍ରମାଣ ଆଣ୍ଟିଗୁଆ ସରକାରଙ୍କ ପାଖରେ ନଥିବାରୁ ତାଙ୍କୁ ନାଗରିକତା ପ୍ରଦାନ କରାଯାଇଛି ବୋଲି କୁହାଯାଇଛି। ମେହୁଲ ଚୋକସି ଭାରତରେ ପିଏନ୍୍ବି ମହାଠକେଇ ମାମଲାର ମାଷ୍ଟରମାଇଣ୍ଡ ଥିବାରୁ ଏବେ ତାଙ୍କୁ ଭାରତ ଆଣିବାକୁ ସରକାର ତତ୍ପରତା ଦେଖାଇଛନ୍ତି। ଭାରତର ଅନୁରୋଧକୁ ଆଣ୍ଟିଗୁଆ ଗ୍ରହଣ କରିବ ଏବଂ ପ୍ରତ୍ୟର୍ପଣ କାର୍ଯ୍ୟକାରୀ ହେବ ବୋଲି ଆଣ୍ଟିଗୁଆ ସରକାର କହିଛନ୍ତି।