ପାକିସ୍ତାନ ଆକାଶରେ ମୋଦୀଙ୍କ ବିମାନ ଉଡ଼ାଣ ଅନୁମତି ମାଗିଲା ଭାରତ

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ପାକିସ୍ତାନ ଆକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ଅନୁମତି ମାଗିଛି ଭାରତ। ଭାରତୀୟ ହାଇକମିସନରଙ୍କ ପକ୍ଷରୁ ଏଥିପାଇଁ ଏକ ଆନୁଷ୍ଠାନିକ ଅନୁରୋଧପତ୍ର ପାକିସ୍ତାନ ସରକାରଙ୍କୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ମୋଦୀ ଆସନ୍ତା ସପ୍ତାହରେ କିର୍ଗିଜସ୍ତାନର ବିସକେକ୍‌ଠାରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକରେ ଯୋଗଦେବା ପାଇଁ କିର୍ଗିଜ୍‌ସ୍ତାନ ଗସ୍ତ କରିବେ। କିନ୍ତୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଭାରତର ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଏହା ଫଳରେ ପାକିସ୍ତାନ ଏହାର ପୂର୍ବ ଆକାଶ ସୀମାକୁ ଭାରତ ପାଇଁ ଗତ ଫେବ୍ରୁଆରିରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛି।

ସମ୍ବନ୍ଧିତ ଖବର