ଭାରତୀୟ ଖେଳାଳି ଆଜି ମେଫେୟାରରେ ମଜା କରୁଥିବା ବେଳେ ଟୁଇଟ କରି କ’ଣ କହିଲେ କୋହଲି ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମେଫେୟାର ହୋଟେଲରେ ଭାରତୀୟ ଖେଳାଳି ଖୁବ୍‌ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି। ଗତକାଲି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଦୁଇଦେଶର ଖେଳାଳିଙ୍କୁ ଶୁକ୍ରବାର ପଡ଼ିଆରେ ଅଭ୍ୟାସ କରିବାକୁ ମନା କରିଥିଲା। ଓସିଏର ଏହି ସୂଚନା ପରେ ଦୁଇଦେଶର ଖେଳାଳିଙ୍କୁ ଟିକେ ଫୁରସତ ମିଳିଥିଲା, ଫଳରେ ସେମାନେ ମେଫେୟାରରେ ମଜାମସ୍ତି କରି ଦିନ କାଟିବା ସହିତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ।

 

ଭାରତୀୟ ଖେଳାଳି ହୋଟେଲ ଭିତରେ ନିଜ ନିଜ ମଧ୍ୟରେ ଥଟ୍ଟାମଜା କରୁଥିବା ବେଳେ ଖାଇବା ବେଳର ଏକ ମସ୍ତିଭରା ଫଟୋ କ୍ୟାପଟେନ କୋହଲି ସୋସିଆଲ ସାଇଟ୍‌ ଟୁଇଟରରେ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି, ‘ଆଜି ବିଶ୍ରାମ ଦିନ ଥିଲା। ଛୁଟିରେ ଯାହା କରାଯିବା କଥା ତାହା ଆମେ କରୁଛୁ। ଯାହା ଆବଶ୍ୟକ ଥିଲା ତାହା ପାଇଛୁ।’

ସେପଟେ ୱେଷ୍ଟଇଣ୍ଡିଜ ଖେଳାଳି ମଧ୍ୟ ସପିଂ ପାଇଁ ଏସପ୍ଲାନେଡ ଯାଇଥିଲେ । ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ ବୁଲି ବିଭିନ୍ନ ଜିନିଷ କିଣିଛନ୍ତି । ଏଥିସହ ଲୋକଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି ।

ସମ୍ବନ୍ଧିତ ଖବର