ଆସିଏମ୍‌ଆର୍‌ ସହ ମିଶି ଦେଶର କୋଣଅନୁକୋଣକୁ କେରୋନା ଟେଷ୍ଟିଂ କିଟ୍‌ ଯୋଗାଉଛି ଭାରତୀୟ ଡାକ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଏବେ ଭାରତୀୟ ଡାକ ସହ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆସିଏମ୍‌ଆର୍‌)ର ଏକ ଚୁକ୍ତି ହୋଇଛି। ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବ୍‌ ଓ ଉପାନ୍ତ ଅଞ୍ଚଳକୁ ଭାରତୀୟ ଡାକ ସାହାଯ୍ୟରେ କୋଭିଡ୍‌-୧୯ ଟେଷ୍ଟିଂ କିଟ୍‌ ପଠାଇବା ଆରମ୍ଭ କରିଛି ଆଇସିଏମ୍‌ଆର୍‌।

ଚୁକ୍ତି ଅନୁସାରେ ଭାରତରେ ଥିବା ଆଇସିଏମ୍‌ଆର୍‌ର ୧୬ଟି ଶାଖା ୨୦୦ ଲ୍ୟାବ୍‌କୁ ଏହି କିଟ୍‌ ପଠାଇବ। ଦୈନିକ ୧ ଲକ୍ଷ ‌କରୋନା ଟେଷ୍ଟିଂର ଟାର୍ଗେଟ ରଖିଛି ଆଇସିଏମ୍‌ଆର୍‌।

ଭାରତୀୟ ଡାକ ବିଭାଗର ୧ ଲକ୍ଷ ୫୬ ହଜାର ଡାକଘର ଦ୍ବାରା ଦେଶର ଗଳିକନ୍ଦି ଅଞ୍ଚଳର ଲୋକଙ୍କ ପାଖରେ ଏହି କିଟ୍‌ ପହଞ୍ଚାଇବାର ଯୋଜନା ରହିଛି।

ଏବେ ସୁଦ୍ଧା ଭାରତୀୟ ଡାକ ଇମ୍ପାଲ୍‌, ଆଇଜଲ୍‌, ଦୁଙ୍ଗର୍‌, ଚୁରୁ, ଝଲାୱାର୍‌, କୋଲକାତା, ଭୁବନେଶ୍ବର, ରାଞ୍ଚି, ଯୋଦ୍ଧପୁର, ଉଦୟପୁର, କୋଟା ଏବଂ ଦେଶର  ଅନ୍ୟ କିଛି ଦୁର୍ଗମ ଅଞ୍ଚଳରେ କ‌ୋଭିଡ୍‌-୧୯ ବିରୋଧରେ ଲଢ଼େଇ ପାଇଁ କିଟ୍‌ ପହଞ୍ଚାଇଥିବା ଜାଣିବାକୁ ମିଳିଛି।

pib.gov.in

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏହି ଚୁକ୍ତିନାମାକୁ ମଞ୍ଜୁରୀ ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଭାରତୀୟ ପୋଷ୍ଟ୍‌ ମେଲ୍‌, ଔଷଧ, ଟଙ୍କା, ରାସନ ଓ ଖାଦ୍ୟ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଲକ୍‌ଡାଉନ୍‌ ସମୟରେ ଘରକୁ ଘର ଯୋଗାଇ ଆସୁଥିବା ବେଳେ ଏହି କିଟ୍‌ ଯୋଗାଇବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ରବି ଶଙ୍କର।

କିଟ୍‌ଗୁଡ଼ିକ ବରଫ ଆବରଣରେ ଯାଇ ପରୀକ୍ଷାଗାର ନିକଟରେ ପହଞ୍ଚୁଛି। ବଡ଼ କଥା ହେଲା ଭାରତୀୟ ଡାକର କର୍ମଚାରୀମାନେ ରାତି ୧୧.୩୦ଟାରେ ମଧ୍ୟ ସେମାନଙ୍କ ସେବା ଯୋଗାଉଛନ୍ତି। ଏହି ସୁବିଧା ପାଇଁ ଉଭୟ ଡାକ ଓ ଆସିଏମ୍‌ଆର୍‌ ପାଇଁ ସରକାରଙ୍କ ପକ୍ଷରୁ କିଛି ନୋଡାଲ୍‌ ଅଫିସର୍‌ଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

 

ସମ୍ବନ୍ଧିତ ଖବର