ଉତ୍ତରାଖଣ୍ଡ ହିମସ୍ଖଳନ: ସଭିଙ୍କ ସୁରକ୍ଷା କାମନା କରି ସାରା ଦେଶ ଏବେ ପ୍ରାର୍ଥନା କରୁଛି; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ କହିଛନ୍ତି, ‘ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିିତି ଉପରେ ମୁଁ ଲଗାତାର ନଜର ରଖିଛି । ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡ଼ା ହେଇଛି । ଫସି ରହିଥିବା ପ୍ରତିଟି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମୁଁ କଥାବାର୍ତ୍ତା ଜାରି ରଖିଛି ।’ ରବିବାର ପଶ୍ଚିମବଙ୍ଗର ହଳଦିଆରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

 

ଆଜି ମୋଦୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ କୋଲକାତା ଯାଇଛନ୍ତି । ସେଠାରେ ସେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଥମେ ଏହି ଉତ୍ତରାଖଣ୍ଡର ଜଳପ୍ରଳୟ କଥା କହିଛନ୍ତି । ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ବୋଲି ମୋଦୀ ନିଜର ସମ୍ବୋଧନ କାଳରେ କହିଛନ୍ତି ।

ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।

ସମ୍ବନ୍ଧିତ ଖବର