ସିରିଆରେ ତୁର୍କୀ ଆକ୍ରମଣକୁ ଭାରତର କଡ଼ା ବିରୋଧ

ନୂଆଦିଲ୍ଲୀ, ସିରିଆରେ ତୁର୍କୀର ଆକ୍ରମଣକୁ ଭାରତ କଡ଼ା ବିରୋଧ କରିଛି। ଆମେରିକା ସେନା ତୁର୍କୀରୁ ହଟିବା ପରେ ଗତକାଲିଠାରୁ ତୁର୍କୀ ସିରିଆ ସୀମାରେ ପ୍ରବଳ ବୋମା ମାଡ଼ ଆରମ୍ଭ କରିଦେଇଛି। ସିରିଆର ସାର୍ବଭୌମତ୍ବକୁ ସମ୍ମାନ ଦେଇ ତୁର୍କୀ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଯଥାଶୀଘ୍ର ସିରିଆ ସହ ଶାନ୍ତି ଆଲୋଚନା ଆରମ୍ଭ ହେବା ଉଚିତ ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସିରିଆ ଶରଣାର୍ଥୀଙ୍କୁ ଥଇଥାନ କରିବା ଆଳରେ ଏବେ ତୁର୍କୀ ସିରିଆର ଉତ୍ତର ପୂର୍ବାଞ୍ଚଳରେ ପ୍ରାୟ ୨ ଶହ କିମି ପରିବ୍ୟାପ୍ତ ସୀମା ଅଂଚଳକୁ ନିଜ ଦଖଲକୁ ନେବାକୁ ଚାହୁଛି। ଏହି ଅଂଚଳ କୁର୍ଦ୍ଦ ବିଦ୍ରୋହୀଙ୍କ ଦୁର୍ଗ ପାଲଟିଥିବାରୁ ସେମାନଙ୍କୁ ମୂଳପୋଛ କରିବାକୁ ତୁର୍କୀ ଯୋଜନା କରିଛି।

ସମ୍ବନ୍ଧିତ ଖବର