ନୂଆଦିଲ୍ଲୀ: ପାକିସ୍ତାନରେ ଥିବା ଗୁରୁଦ୍ୱାର ନାନକ ସାହିବ ଏବଂ ଗୁରୁଦ୍ୱାର ସଚା ସୌଦାରେ ଭାରତୀୟ ଶିଖ୍ ଯାତ୍ରୀମାନଙ୍କ ସହ ହାଇକମିସନର୍ ଅଧିକାରୀମାନଙ୍କୁ ସାକ୍ଷାତ୍ ନ କରାଇ ହଇରାଣ କରିଥିବା କାରଣରୁ ଶୁକ୍ରବାର ଦିନ ଭାରତ ପାକିସ୍ତାନ ନିକଟରେ ବିଧିବଦ୍ଧ ଅଭିଯୋଗ କରିଛି।
ଏହାକୁ ଏକ ଦ୍ୱେଷାତ୍ମକ ପ୍ରଚାର ବୋଲି ଅଭିହିତ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ପାକିସ୍ତାନ ସରକାରଙ୍କ ଠାରୁ ପୂର୍ବାନୁମତି ପାଇଥାଇ ସୁଦ୍ଧା ଭାରତୀୟ ଅଧିକାରୀମାନଙ୍କୁ ୨୧ ଓ ୨୨ ନଭେମ୍ବର ଦିନ ଗୁରୁଦ୍ୱାରକୁ ଛଡ଼ାଗଲା ନାହିଁ।
୧୯୭୨ ମସିହା ସମଲା ରାଜିନାମା ଏବଂ ୧୯୯୯ ମସିହା ଲାହୋର ଘୋଷଣାନାମା ଅନୁଯାୟୀ ପାକିସ୍ତାନ ଭାରତୀୟମାନଙ୍କ ବିରୋଧରେ ଉପରୋକ୍ତ ଏ ଭଳି ଦ୍ୱେଷାତ୍ମକ ପ୍ରଚାର କରି ପାରିବ ନାହିଁ।
ଭାରତୀୟ ଶିଖ୍ ଯାତ୍ରୀମାନେଙ୍କ ଦର୍ଶନ ପାଇଁ ସୁବିଧା କରାଇବା, ବିଶେଷତଃ, ଆମେ ଗୁରୁ ନାନକ ଦେବଜୀଙ୍କ ୫୫୦ତମ ଜୟନ୍ତୀ ପାଳନ କରୁଥିବା ବେଳେ ପାକିସ୍ତାନର ଏତାଦୃଶ ପଦକ୍ଷେପ ରାଜିମାନ ଉଲ୍ଲଘଂନ କରୁଥିବା କଥା ତାକୁ ସ୍ମରଣ କରାଇ ଦିଆଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି।