ଆମେରିକାରୁ ‘ଗାଇଡେଡ୍‌ ଏମ୍ୟୁନିସନ୍‌’ କିଣିବ ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏହାର କଡ଼ା ଦେବାକୁ ଭାରତ ଯୋଜନା କରିଛି। ଏଥିପାଇଁ ବିଶ୍ବର ସବୁଠାରୁ ବିପଜ୍ଜନକ ଗୋଳା କୁହାଯାଉଥିବା ‘ଏକ୍ସକେଲିବର ଗାଇଡେଡ ଏମ୍ୟୁନିସନ୍‌’ ଆମେରିକାରୁ କ୍ରୟ କରିବା ପାଇଁ ଚୁକ୍ତି ଚୂଡ଼ାନ୍ତ ହୋଇଛି। ଏହି ଗୋଳା ଶତପ୍ରତିଶତ ଲକ୍ଷ ଭେଦ କରିବାରେ ସକ୍ଷମ ଏବଂ ଶତ୍ରୁପକ୍ଷର ଆଡ଼ା ଧ୍ବସ୍ତ କରିବା ପାଇଁ ଏହା ସବୁଠାରୁ ଉପଯୋଗୀ ଅସ୍ତ୍ର ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଜିପିଏସ୍‌ ନାଭିଗେସନ ସିଷ୍ଟମ୍‌ ଏବଂ ସ୍ୟାଟେଲାଇଟ୍‌ ସିଗ୍‌ନାଲ୍ସ ଦ୍ବାରା ପରିଚାଳିତ ଏହି ଏମ୍ୟୁନିସନ ୬୦ କିମି ପରିସର ଭିତରେ ଲକ୍ଷ୍ୟଭେଦ କରିପାରିବ।

ସମ୍ବନ୍ଧିତ ଖବର