“ଟ୍ରଷ୍ଟ ଇନ୍ ନ୍ୟୁଜ୍” ରେ ୪୬ ମିଡିଆ ମାର୍କେଟ ମଧ୍ୟରୁ ୩୧ସ୍ଥାନରେ ଭାରତ: ରଏଟର୍ସ ଇନଷ୍ଟିଚ୍ୟୁଟ୍ ସର୍ଭେ

ନୂଆଦିଲ୍ଲୀ: “ଟ୍ରଷ୍ଟ ଇନ୍ ନ୍ୟୁଜ୍” ରେ ୪୬ ମିଡିଆ ମାର୍କେଟ ମଧ୍ୟରୁ ୩୧ସ୍ଥାନରେ ଭାରତ | ରଏଟର୍ସ କରିଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି | ବୁଧବାର ଦିନ ପ୍ରକାଶିତ ରଏଟର୍ସ ଇନଷ୍ଟିଚ୍ୟୁଟ୍ ଫର ଷ୍ଟଡି ଅଫ୍ ଜର୍ଣ୍ଣାଲିଜିମ୍ (ଆରଆଇଏସ ଜେ) ର ଡିଜିଟାଲ୍ ନ୍ୟୁଜ୍ ରିପୋର୍ଟ ୨୦୨୧ର ଦଶମ ସଂସ୍କରଣରେ ଏହା ଲେଖାଯାଇଛି | ସବୁଠାରୁ ବଡ କଥା ହେଲା ଆମେରିକାକୁ ପଛରେ ପକାଇ ଆଗରେ ରହିଛି ଭାରତ | ଭାରତରେ ଲୋକଙ୍କର ଖବର ଉପରେ ବିଶ୍ୱାସ କେତେ ତାହା ଏଥିରୁ ଜଣାପଡ଼ିଛି |

ଭାରତରେ ମୁଖ୍ୟତଃ ଇଂରାଜୀ ଭାଷାଭାଷୀ, ଅନଲାଇନ୍ ନ୍ୟୁଜ୍ ବ୍ୟବହାରକାରୀଙ୍କୁ ନେଇ ହୋଇଥିବା ଏକ ସର୍ଭେ ଉପରେ ଆଧାର କରି ଏହି ତଥ୍ୟ ଦିଆଯାଇଛି | ଏହି ସର୍ଭେ କେବଳ କିଛି ଭାରତୀୟମାନଙ୍କୁ ନେଇ କରାଯାଇଛି ଏବଂ ଏଥିରୁ ସମସ୍ତ ଭାରତବାସୀ ଏଭଳି ଭାବନ୍ତି ବୋଲି ବିବେଚନା କରାଯାଇପାରିବ ନାହିଁ |

Research shows four in five experts cited in online news are men
The Conversation

ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ୭୩ ପ୍ରତିଶତ ଲୋକେ ଖବର ପାଇବା ପାଇଁ ସ୍ମାର୍ଟଫୋନ ବ୍ୟବହାର କରନ୍ତି | ସୋସିଆଲ ମିଡିଆକୁ ଅନ୍ତର୍ଭୁକ୍ତ କରି ୮୨ ପ୍ରତିଶତ ଲୋକେ ଅନଲାଇନରୁ ଖବର ପାଆନ୍ତି | ଏହା ସହ ୬୩ ପ୍ରତିଶତ କେବଳ ହ୍ଵାଟ୍ସଆପ ଏବଂ ୟୁଟ୍ୟୁବ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ସୂଚନା ହାସଲ କରୁଛନ୍ତି | ଟାଇମ୍ସ ଅଫ୍ ଇଣ୍ଡିଆ, ଦ ହିନ୍ଦୁ ଏବଂ ସରକାରୀ ପ୍ରସାରଣକାରୀ; ଡିଡି ନ୍ୟୁଜ୍ ଏବଂ ଅଲ୍ ଇଣ୍ଡିଆ ରେଡିଓ ପରି ପୁରୁଣା ପ୍ରିଣ୍ଟ ବ୍ରାଣ୍ଡଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ଉଚ୍ଚ ସ୍ତରର ବିଶ୍ୱାସ ବଜାୟ ରଖିଛନ୍ତି।

ସମ୍ବନ୍ଧିତ ଖବର