ନୂଆଦିଲ୍ଲୀ: ଚୀନ୍ ସୀମାନ୍ତରେ ନିଯୁକ୍ତ ଯବାନମାନଙ୍କ ପାଇଁ ଅତ୍ୟନ୍ତ ଥଣ୍ଡା ପାଗରେ ପିନ୍ଧିବା ଲାଗି ଆମେରିକାରୁ ଆସିଥିବା ଶୀତବସ୍ତ୍ର ସବୁକୁ ଭାରତୀୟ ସେନାବାହିନୀ ଗ୍ରହଣ କରିଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ପ୍ରାପ୍ତ ତଥ୍ୟ ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକୀୟ ପ୍ରତିରକ୍ଷା ବାହିନୀରୁ ଆସିଥିବା ଏହି ଶୀତବସ୍ତ୍ରଗୁଡ଼ିକୁ ଗ୍ରହଣ କରିବା ସହ ଚୀନ୍ ସୀମାନ୍ତରେ ମୁତୟନ ହୋଇଥିବା ଆମ ଯବାନମାନେ ସେ ସବୁକୁ ବ୍ୟବହାର କରୁଛନ୍ତି।
ସିଆଚେନ୍ ଏବଂ ପୂର୍ବ ଲଦାଖ ସେକ୍ଟର୍ ସମେତ ସମଗ୍ର ଲଦାଖରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଭାରତୀୟ ସେନାବାହିନୀ ଏହି ପ୍ରକାର ବସ୍ତ୍ରରୁ ପ୍ରାୟ ୬୦, ୦୦୦ ସେଟ୍ ଗଚ୍ଛିତ ରଖିଥାଏ।
Image Courtesy of The Times of Indiaବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ର ଆକ୍ରମଣ ଆଶଙ୍କାରେ ସେଠାରେ ପ୍ରାୟ ୯୦ ହଜାର ସୈନ୍ୟ ମୁତୟନ କରାଯାଇଥିବାରୁ ଏ ବର୍ଷ ଲାଗି ଆଉ ୩୦ ହଜାର ସେଟ୍ ଅଧିକ ଆବଶ୍ୟକ ପଡ଼ିଛି। ଲଦାଖ ସେକ୍ଟର୍ର କଠୋର ଶୀତରେ ଚଳିବା ଲାଗି ଏହି ଶୀତବସ୍ତ୍ର ଭାରତୀୟ ଯବାନମାନଙ୍କୁ ଖୁବ୍ ସହାୟକ ହେବ।
ଶୀତବସ୍ତ୍ର ବ୍ୟତୀତ, ସ୍ପେସାଲ୍ ଫୋର୍ସଙ୍କ ଲାଗି ଆସଲ୍ଟ୍ ରାଇଫଲ୍ ଏବଂ ପଦାତିକ ବାହିନୀ ଲାଗି ‘ସିଗ୍ସାଉର୍ ଆସଲ୍ଟ୍ ରାଇଫଲ୍’ ସମେତ ଆହୁରି ଅନେକ ସାମଗ୍ରୀ ମଧ୍ୟ ଭାରତ ଆମେରିକାରୁ ଆଣୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Lac-indian-troops.jpg)