ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧ ଲକ୍ଷ ୯୪ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ସାଢ଼େ ୪ ଶହ ପାଖାପାଖି ରହିଛି। ଗତକାଲିର ସଂକ୍ରମଣ ସଂଖ୍ୟା ଠାରୁ ଆଜିର ସଂକ୍ରମଣ ସଂଖ୍ୟା ରହିଛି ୧୫.୮% ଅଧିକ।

Advertisment

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୪,୭୨୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୬୦,୭୦,୫୧୦ ଓ ମୃତ୍ୟୁସଂଖ୍ୟା ୪, ୮,୮୪,୬୫୫ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୦,୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୪୬,୩୦,୫୩୬ରେ ପହଞ୍ଚିଛି। ­­­­­

publive-image Image Courtesy of Money Control

ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯,୫୫,୩୧୯।

ଏହା ବ୍ୟତିରେକ‌େ, ଏବେ ଦେଶରେ ସମୁଦାୟ ଓମିକ୍ରନ୍‌ ଅକ୍ରାନ୍ତଙ୍କ ସଂଖ୍ୟା ୪,୮୬୮ ହୋଇଥିବା ରେକର୍ଡ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୩,୮୦,୦୮,୨୦୦ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜାନୁଆରି ୧୧ ତାରିଖ ସୁଦ୍ଧା ସମୁଦାୟ ୬୯,୫୨,୭୪,୩୮୦ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୭,୬୧,୯୦୦ଟି ନମୁନା। ଦୈନିକ ପଜିଟିଭିଟି ହାର ୧୧.୦୫% ରହୁଛି।