୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୪୨ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ; ମୃତ୍ୟୁସଂଖ୍ୟା ୨୪୪

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨୨ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୨ ଶହରୁ କିଛି ଅଧିକ ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୮୪୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୪୪ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୭,୯୧,୦୬୧ ଓ ମୃତ୍ୟୁସଂଖ୍ୟା ୪,୪୮,୮୧୭ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୫,୯୩୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୩୮,୧୩,୯୦୩ରେ ପହଞ୍ଚିଛି। ­­­­­

Image Courtesy of Business Today

ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୩୦,୯୪,୫୨୯। ୧୯୯ ଦିନ ପରେ ଏହା ହେଉଛି ଦେଶରେ ସର୍ବନିମ୍ନ ସକ୍ରିୟ ସଂକ୍ରମଣ ସଂଖ୍ୟା।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୦,୫୧,୭୫,୩୪୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୨ ତାରିଖ ସୁଦ୍ଧା ସମୁଦାୟ ୫୭,୩୨,୬୦,୭୨୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୨,୬୫,୭୩୪ଟି ନମୁନା।

ସମ୍ବନ୍ଧିତ ଖବର