ଗତ ୮୫ ଦିନରେ ସର୍ବାଧିକ, ଦିନକ ମଧ୍ୟରେ ଦେଶରେ ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୮୫ ଦିନ ମଧ୍ୟରେ ଦିନିକିଆ ଆକ୍ରାନ୍ତ ଭିତରେ ଏହା ସର୍ବାଧିକ। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକ ମଧ୍ୟରେ ପୁଣି ୧୧୮ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫ରେ ପହଞ୍ଚିଛି।

 

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୭୩ ହଜାର ୩୮୫ କରୋନା ନମୁନା ପରୀକ୍ଷଣ ହୋଇ ସମୁଦାୟ ପରୀକ୍ଷଣ ସଂଖ୍ୟା୨୨ କୋଟି ୮୨ ଲକ୍ଷ ୮୦ ହଜାର ୭୬୩ରେ ପହଞ୍ଚିଛି।

 

ସମ୍ବନ୍ଧିତ ଖବର