ଭାରତରେ ବଢୁଛି ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା, ୪୦ଜଣ ସଂକ୍ରମିତ ହେବା ପରେ ସତର୍କ ରହିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଗତକାଲି ଭାରତରେ ୨୨ଜଣ ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ରେ ପହଞ୍ଚିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଡେଲଟା ପ୍ଲସ୍ ଦ୍ୱାରା ପ୍ରାୟ ୪୦ଜଣ ଭାରତରେ ସଂକ୍ରମିତ ହୋଇଛନ୍ତି | କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ଅଧିକ ସଂକ୍ରମିତ ରହିଛନ୍ତି ।

New Covid-19 variant 'Delta plus' identified; is it a concern for India? | Deccan Herald
Deccan Herald

ବର୍ତ୍ତମାନ ସୁଦ୍ଧା, ଭାରତରେ କ୍ରମାନୁସାରେ (୪୫୦୦୦+) ନମୁନା ମଧ୍ୟରୁ ଡେଲଟା ପ୍ଲସ୍ ଭାରିଆଣ୍ଟ – ଏୱାଇ.୧ର- ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ପ୍ରାୟ ୪୦ ଟି ମାମଲା ଚିହ୍ନଟ ହୋଇଛି ଏବଂ ଏପର୍ଯ୍ୟନ୍ତ ସଂକ୍ରମଣରେ କୌଣସି ବିଶେଷ ବୃଦ୍ଧି ଘଟିନାହିଁ। ବୁଧବାର କର୍ଣ୍ଣାଟକରେ କୋଭିଡ -୧୯ର ଡେଲଟା ପ୍ଲସ ଭାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଏହି ରାଜ୍ୟଗୁଡିକୁ ତଦାରଖକୁ ମଜବୁତ କରିବା ଏବଂ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର