ଭାରତରେ ଦିନକରେ ୫୫, ୦୭୯ କୋଭିଡ୍-୧୯ ଆକ୍ରାନ୍ତ; ୮୭୬ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୭, ୦୨, ୭୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯,୭୭,୭୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୫୧, ୭୯୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୫, ୦୭୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୭୩, ୧୬୬ ରହିଛି। ୨୪ ଘଣ୍ଟାରେ ୮୭୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୨୯ ଜଣ, ଆନ୍ଧ୍ରପ୍ରଦେଶରେ ୨୭୩୨ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୧୯୭ ଜଣ, ବିହାରରେ ୪୬୮ ଜଣ, ଚଣ୍ଡିଗଡ଼ରେ ୩୦ ଜଣ, ଛତିଶଗଡ଼ରେ ୧୫୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୨୧୪ ଜଣ, ଗୋଆରେ ୧୧୧ ଜଣ, ଗୁଜରାଟରେ ୨୮୦୦ ଜଣ, ହରିୟାଣାରେ ୫୫୦ ଜଣ, ହିମାଚଳ ପ୍ରଦେଶରେ ୧୯ ଜଣ, ଜମ୍ମୁ ଓ କଶ୍ମୀରରେ ୫୪୮ ଜଣ, ଝାଡ଼ଖଣ୍ଡରେ ୨୫୦ ଜଣ, କର୍ଣ୍ଣାଟକରେ ୪୦୬୨ ଜଣ, କେରଳରେ ୧୬୯ ଜଣ, ଲଦାଖରେ ୧୪ ଜଣ, ମଧ୍ୟପ୍ରଦେଶରେ ୧୧୨୮ ଜଣ, ମହାରାଷ୍ଟ୍ରରେ ୨୦୨୬୫ ଜଣ, ମଣିପୁରରେ ୧୭ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡ଼ିଶାରେ ୩୫୩ ଜଣ, ପୁଦ୍ଦୁଚେରୀରେ ୧୧୪ ଜଣ, ପଞ୍ଜାବରେ ୮୬୩ ଜଣ, ରାଜସ୍ଥାନରେ ୮୮୭ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୫୮୮୬ ଜଣ, ତେଲେଙ୍ଗାନାରେ ୭୧୧ ଜଣ, ତ୍ରିପୁରାରେ ୬୨ ଜଣ, ଉତ୍ତରାଖଣ୍ଡରେ ୧୫୮ ଜଣ, ଉତ୍ତରପ୍ରଦେଶରେ ୨୫୧୫ ଜଣ ଏବଂ ପଶ୍ଚମବଙ୍ଗରେ ୨୪୭୩ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୦୯୧), ଆନ୍ଧ୍ରପ୍ରଦେଶ (୮୪୭୭୭), ଅରୁଣାଚଳ ପ୍ରଦେଶ (୮୪୩), ଆସାମ (୨୨୭୩୬), ବିହାର (୨୯୩୮୭), ଚଣ୍ଡିଗଡ଼ (୧୦୦୩), ଛତିଶଗଡ଼ (୫୨୭୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୪୭), ଦିଲ୍ଲୀ (୧୦୮୫୨), ଗୋଆ (୩୮୨୫), ଗୁଜରାଟ (୧୪୩୧୫), ହରିୟାଣା (୬୮୮୦), ହିମାଚଳ ପ୍ରଦେଶ (୧୩୨୧), ଜମ୍ମୁ ଓ କଶ୍ମୀର (୭୦୪୮), ଝାଡ଼ଖଣ୍ଡ (୮୪୫୧) କର୍ଣ୍ଣାଟକ (୮୦୬୫୯), କେରଳ (୧୫୯୪୬), ଲଦାଖ (୫୮୪), ମଧ୍ୟପ୍ରଦେଶ (୧୦୨୩୨), ମହାରାଷ୍ଟ୍ର (୧୫୫୫୭୯), ମଣିପୁର (୧୯୩୬), ମେଘାଳୟ (୭୩୩), ମିଜୋରାମ (୪୧୭), ନାଗାଲାଣ୍ଡ (୧୯୧୭),  ଓଡ଼ିଶା (୧୮୧୬୧), ପୁଦ୍ଦୁଚେରୀ (୩୨୮୮), ପଞ୍ଜାବ (୧୧୬୫୩), ରାଜସ୍ଥାନ (୧୪୦୮୯), ସିକିମ୍ (୪୮୫), ତାମିଲନାଡୁ (୫୪୧୨୨), ତେଲେଙ୍ଗାନା (୨୧୦୨୪), ତ୍ରିପୁରା (୧୯୪୩), ଉତ୍ତରାଖଣ୍ଡ (୩୮୫୦), ଉତ୍ତରପ୍ରଦେଶ (୫୦୮୯୩) ଓ ପଶ୍ଚିମବଙ୍ଗ (୨୭୪୦୨) ।

Image Courtesy of NDTV

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୩୨୫), ଆନ୍ଧ୍ରପ୍ରଦେଶ (୨୦୯୧୦୦), ଅରୁଣାଚଳ ପ୍ରଦେଶ (୧୮୯୩), ଆସାମ (୫୬୭୩୪), ବିହାର (୭୬୪୫୨), ଚଣ୍ଡିଗଡ଼ (୧୧୮୩), ଛତିଶଗଡ଼ (୧୦୫୯୮), ଦାଦର ନଗର ହାୱେଲି (୧୪୫୯), ଦିଲ୍ଲୀ (୧୩୮୩୦୧), ଗୋଆ (୮୦୫୮), ଗୁଜରାଟ (୬୨୫୯୫), ହରିୟାଣା (୪୦୬୧୦), ହିମାଚଳ ପ୍ରଦେଶ (୨୮୩୪), ଜମ୍ମୁ ଓ କଶ୍ମୀର (୨୧୨୯୬), ଝାଡ଼ଖଣ୍ଡ (୧୫୦୫୧), କର୍ଣ୍ଣାଟକ (୧୪୮୫୬୨), କେରଳ (୩୦୦୨୫), ଲଦାଖ (୧୩୬୮), ମଧ୍ୟପ୍ରଦେଶ (୩୫୦୨୫), ମହାରାଷ୍ଟ୍ର (୪୨୮୫୧୪), ମଣିପୁର (୨୭୩୪), ମେଘାଳୟ (୬୭୯), ମିଜୋରାମ (୩୭୨) ନାଗାଲାଣ୍ଡ୍ (୧୫୩୦), ଓଡ଼ିଶା (୪୩୭୮୦), ପୁଦ୍ଦୁଚେରୀ (୪୬୨୭), ପଞ୍ଜାବ (୨୦୧୮୦), ରାଜସ୍ଥାନ (୪୭୬୫୪), ସିକିମ୍ (୭୦୧), ତାମିଲନାଡୁ (୨୮୩୯୩୭), ତେଲେଙ୍ଗାନା (୭୨୨୦୨), ତ୍ରିପୁରା (୫୪୦୪), ଉତ୍ତରାଖଣ୍ଡ (୮୪୮୫), ଉତ୍ତରପ୍ରଦେଶ (୧୦୪୮୦୮) ଓ ପଶ୍ଚିମବଙ୍ଗ (୮୯୭୦୩) ।

 

 

ସମ୍ବନ୍ଧିତ ଖବର