ଗତ ୨୪ ଘଣ୍ଟା ମଧ୍ୟରେ ଦେ‌ଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫୮୧ ଜଣ ମୃତ

ନୂଆଦିଲ୍ଳୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେ‌ଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ପୁଣି ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୨ ହଜାର ୪୧କୁ ବୃଦ୍ଧି ପାଇଛି।

 

ଦେଶରେ ଏବେ ସୁଦ୍ଧା ସମୁଦାୟ ୩ କୋଟି ୯ ଲକ୍ଷ ୮୩ ହଜାର ୮୮୦ ଜଣ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ଏବେ ସୁଦ୍ଧା ୪ ଲକ୍ଷ ୧୧ ହଜାର ୯୮୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ସେହିପରି ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ ଜଣ ଏବେ ସୁଦ୍ଧା ଆରୋଗ୍ୟ ଲାଭ କରି ସାରିଲେଣି।

ସମ୍ବନ୍ଧିତ ଖବର