ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୪୪୭; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୬, ୦୮୮

ନୂଆଦିଲ୍ଲୀ: ମେ ୨୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୮୪୪୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୮୫୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୫୮୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୩ ଜଣ, ଆସାମରେ ୪ ଜଣ, ବିହାରରେ ୧୧ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୯୪ ଜଣ, ଗୁଜରାଟରେ ୭୭୩ ଜଣ, ହରିୟାଣାରେ ୧୫ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୨୦ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୭୦ ଜଣ, ମହାରାଷ୍ଟ୍ରରେ ୧୪୫୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୩୯ ଜଣ, ରାଜସ୍ଥାନରେ ୧୫୧ ଜଣ, ତାମିଲନାଡୁରେ ୯୪ ଜଣ, ତେଲେଙ୍ଗାନାରେ ୪୫ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୩୮ ଜଣ ଏବଂ ପଶ୍ଚମବଙ୍ଗରେ ୨୫୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୬୪୭), ଅରୁଣାଚଳ ପ୍ରଦେଶ (୧), ଆସାମ (୨୦୩), ବିହାର (୧୯୮୨), ଚଣ୍ଡିଗଡ଼ (୨୧୭), ଛତିଶଗଡ଼ (୧୨୮), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୧୬୫୯), ଗୋଆ (୫୨), ଗୁଜରାଟ (୧୨୯୦୫), ହରିୟାଣା (୧୦୩୧), ହିମାଚଳ ପ୍ରଦେଶ (୧୫୨), ଜମ୍ମୁ ଓ କଶ୍ମୀର (୧୪୪୯), ଝାଡ଼ଖଣ୍ଡ (୨୯୦) କର୍ଣ୍ଣାଟକ (୧୬୦୫), କେରଳ (୬୯୦), ଲଦାଖ (୪୪), ମଧ୍ୟପ୍ରଦେଶ (୫୯୮୧), ମହାରାଷ୍ଟ୍ର (୪୧୬୪୨), ମଣିପୁର (୨୫), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୧୦୩), ପୁଦ୍ଦୁଚେରୀ (୨୦), ପଞ୍ଜାବ (୨୦୨୮), ରାଜସ୍ଥାନ (୬୨୨୭), ତାମିଲନାଡୁ (୧୩୯୬୭), ତେଲେଙ୍ଗାନା (୧୬୯୯), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୧୪୬), ଉତ୍ତରପ୍ରଦେଶ (୫୫୧୫) ଓ ପଶ୍ଚିମବଙ୍ଗ (୩୧୯୭) ।

Image Courtesy: India Today

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୭୦୯), ଅରୁଣାଚଳ ପ୍ରଦେଶ (୧), ଆସାମ (୫୪), ବିହାର (୫୯୩), ଚଣ୍ଡିଗଡ଼ (୧୩୯), ଛତିଶଗଡ଼ (୫୯), ଦିଲ୍ଲୀ (୫୫୬୭), ଗୋଆ (୭), ଗୁଜରାଟ (୫୪୮୮), ହରିୟାଣା (୬୮୧), ହିମାଚଳ ପ୍ରଦେଶ (୫୯), ଜମ୍ମୁ ଓ କଶ୍ମୀର (୬୮୪), ଝାଡ଼ଖଣ୍ଡ (୧୨୯), କର୍ଣ୍ଣାଟକ (୫୭୧), କେରଳ (୫୧୦), ଲଦାଖ (୪୩), ମଧ୍ୟପ୍ରଦେଶ (୨୮୪୩), ମହାରାଷ୍ଟ୍ର (୧୧୭୨୬), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୩୯୩), ପୁଦ୍ଦୁଚେରୀ (୧୦), ପଞ୍ଜାବ (୧୮୧୯), ରାଜସ୍ଥାନ (୩୪୮୫), ତାମିଲନାଡୁ (୬୨୮୨), ତେଲେଙ୍ଗାନା (୧୦୩୫), ତ୍ରିପୁରା (୧୪୮), ଉତ୍ତରାଖଣ୍ଡ (୫୪), ଉତ୍ତରପ୍ରଦେଶ (୩୨୦୪) ଓ ପଶ୍ଚିମବଙ୍ଗ (୧୧୯୩) ।

 

ସମ୍ବନ୍ଧିତ ଖବର