ଦେଶରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ: ୨୪ ଘଣ୍ଟାରେ  ୬୮, ୮୯୮ କୋଭିଡ୍-୧୯ ଆକ୍ରାନ୍ତ ଓ ୯୮୩ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୨୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୯, ୦୫, ୮୨୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୧,୫୮,୯୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୫୪, ୮୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୮, ୮୯୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୯୨, ୦୨୮ ରହିଛି। ୨୪ ଘଣ୍ଟାରେ ୯୮୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୩୦୦୧ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୨୨୧ ଜଣ, ବିହାରରେ ୪୯୨ ଜଣ, ଚଣ୍ଡିଗଡ଼ରେ ୩୧ ଜଣ, ଛତିଶଗଡ଼ରେ ୧୬୮ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୨୫୭ ଜଣ, ଗୋଆରେ ୧୨୬ ଜଣ, ଗୁଜରାଟରେ ୨୮୫୩ ଜଣ, ହରିୟାଣାରେ ୫୭୮ ଜଣ, ହିମାଚଳ ପ୍ରଦେଶରେ ୨୩ ଜଣ, ଜମ୍ମୁ ଓ କଶ୍ମୀରରେ ୫୭୮ ଜଣ, ଝାଡ଼ଖଣ୍ଡରେ ୨୮୬ ଜଣ, କର୍ଣ୍ଣାଟକରେ ୪୪୨୯ ଜଣ, କେରଳରେ ୧୯୧ ଜଣ, ଲଦାଖରେ ୧୮ ଜଣ, ମଧ୍ୟପ୍ରଦେଶରେ ୧୧୭୧ ଜଣ, ମହାରାଷ୍ଟ୍ରରେ ୨୧୩୫୯ ଜଣ, ମଣିପୁରରେ ୧୮ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡ଼ିଶାରେ ୩୮୦ ଜଣ, ପୁଦ୍ଦୁଚେରୀରେ ୧୩୭ ଜଣ, ପଞ୍ଜାବରେ ୯୫୭ ଜଣ, ରାଜସ୍ଥାନରେ ୯୨୧ ଜଣ, ସିକିମରେ ୩ ଜଣ, ତାମିଲନାଡୁରେ ୬୨୩୯ ଜଣ, ତେଲେଙ୍ଗାନାରେ ୭୩୭ ଜଣ, ତ୍ରିପୁରାରେ ୬୯ ଜଣ, ଉତ୍ତରାଖଣ୍ଡରେ ୧୮୭ ଜଣ, ଉତ୍ତରପ୍ରଦେଶରେ ୨୭୩୩ ଜଣ ଏବଂ ପଶ୍ଚମବଙ୍ଗରେ ୨୬୩୪ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୦୧୧), ଆନ୍ଧ୍ରପ୍ରଦେଶ (୮୭୧୭୭), ଅରୁଣାଚଳ ପ୍ରଦେଶ (୯୬୮), ଆସାମ (୨୨୭୧୧), ବିହାର (୨୬୭୮୯), ଚଣ୍ଡିଗଡ଼ (୧୦୯୪), ଛତିଶଗଡ଼ (୬୫୯୪), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୧), ଦିଲ୍ଲୀ (୧୧୨୭୧), ଗୋଆ (୩୯୧୦), ଗୁଜରାଟ (୧୪୩୦୮), ହରିୟାଣା (୭୫୫୫), ହିମାଚଳ ପ୍ରଦେଶ (୧୪୩୦), ଜମ୍ମୁ ଓ କଶ୍ମୀର (୬୯୧୪), ଝାଡ଼ଖଣ୍ଡ (୯୪୧୦) କର୍ଣ୍ଣାଟକ (୮୨୧୬୫), କେରଳ (୧୮୧୮୪), ଲଦାଖ (୬୨୩), ମଧ୍ୟପ୍ରଦେଶ (୧୦୭୮୨), ମହାରାଷ୍ଟ୍ର (୧୬୨୮୦୬), ମଣିପୁର (୧୯୦୫), ମେଘାଳୟ (୯୨୫), ମିଜୋରାମ (୪୯୩), ନାଗାଲାଣ୍ଡ (୧୬୫୪),  ଓଡ଼ିଶା (୨୧୦୬୩), ପୁଦ୍ଦୁଚେରୀ (୩୫୨୧), ପଞ୍ଜାବ (୧୩୮୩୦), ରାଜସ୍ଥାନ (୧୪୫୦୮), ସିକିମ୍ (୪୬୦), ତାମିଲନାଡୁ (୫୩୨୮୩), ତେଲେଙ୍ଗାନା (୨୧୬୮୭), ତ୍ରିପୁରା (୨୩୭୩), ଉତ୍ତରାଖଣ୍ଡ (୪୦୧୬), ଉତ୍ତରପ୍ରଦେଶ (୪୮୫୧୧) ଓ ପଶ୍ଚିମବଙ୍ଗ (୨୭୬୯୬) ।

Image Courtesy of India Today

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୬୩୮), ଆନ୍ଧ୍ରପ୍ରଦେଶ (୨୩୫୨୧୮), ଅରୁଣାଚଳ ପ୍ରଦେଶ (୨୦୯୩), ଆସାମ (୬୩୧୨୦), ବିହାର (୮୭୬୬୦), ଚଣ୍ଡିଗଡ଼ (୧୩୯୦), ଛତିଶଗଡ଼ (୧୧୭୩୯), ଦାଦର ନଗର ହାୱେଲି (୧୬୨୭), ଦିଲ୍ଲୀ (୧୪୧୮୨୬), ଗୋଆ (୯୦୬୩), ଗୁଜରାଟ (୬୫୯୪୬), ହରିୟାଣା (୪୨୭୯୩), ହିମାଚଳ ପ୍ରଦେଶ (୩୦୮୫), ଜମ୍ମୁ ଓ କଶ୍ମୀର (୨୩୨୨୫), ଝାଡ଼ଖଣ୍ଡ (୧୭୦୫୭), କର୍ଣ୍ଣାଟକ (୧୭୦୩୮), କେରଳ (୩୩୮୨୪), ଲଦାଖ (୧୪୩୬), ମଧ୍ୟପ୍ରଦେଶ (୩୭୫୪୦), ମହାରାଷ୍ଟ୍ର (୪୫୯୧୨୪), ମଣିପୁର (୩୦୦୨), ମେଘାଳୟ (୭୩୦), ମିଜୋରାମ (୪୦୨) ନାଗାଲାଣ୍ଡ୍ (୧୯୨୧), ଓଡ଼ିଶା (୪୮୫୭୭), ପୁଦ୍ଦୁଚେରୀ (୫୬୩୪), ପଞ୍ଜାବ (୨୩୦୩୭), ରାଜସ୍ଥାନ (୫୧୧୯୦), ସିକିମ୍ (୮୨୭), ତାମିଲନାଡୁ (୩୦୧୯୧୩), ତେଲେଙ୍ଗାନା (୭୬୯୬୭), ତ୍ରିପୁରା (୫୬୪୯), ଉତ୍ତରାଖଣ୍ଡ (୯୪୩୩), ଉତ୍ତରପ୍ରଦେଶ (୧୨୧୦୯୦) ଓ ପଶ୍ଚିମବଙ୍ଗ (୯୮୭୮୯) ।

 

 

ସମ୍ବନ୍ଧିତ ଖବର