ପୁଣି ରେକର୍ଡ ଭାଙ୍ଗିଲା : ୨୪ଘଣ୍ଟାରେ ୫୫,୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଏଯାବତ୍ ସର୍ବାଧିକ

୧୬ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ:  ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ୨୪ଘଣ୍ଟାରେ ୫୨,୧୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଜୁଲାଇ ୩୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୬,୩୮,୮୭୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ଘଣ୍ଟାରେ ସର୍ବାଧିକ ୫୫,୦୭୮ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୭୮୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୫୭୪୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୫,୦୭୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୫୩୧୮ରହିଛି। ୨୪ ଘଣ୍ଟାରେ ୭୭୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪ ଜଣ, ଆନ୍ଧ୍ରପ୍ରଦେଶରେ ୧୨୮୧ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୯୪ ଜଣ, ବିହାରରେ ୨୮୨ଜଣ, ଚଣ୍ଡିଗଡ଼ରେ ୧୪ ଜଣ, ଛତିଶଗଡ଼ରେ ୫୧ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୯୩୬ଜଣ, ଗୋଆରେ ୪୨ଜଣ, ଗୁଜରାଟରେ ୨୪୧୮ଜଣ, ହରିୟାଣାରେ ୪୧୭ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୬୫ଜଣ, ଝାଡ଼ଖଣ୍ଡରେ ୧୦୩ଜଣ, କର୍ଣ୍ଣାଟକରେ ୨୨୩୦ଜଣ, କେରଳରେ ୭୦ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୫୭ଜଣ, ମହାରାଷ୍ଟ୍ରରେ ୧୪୭୨୯ଜଣ, ମଣିପୁର ୪, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୬୯ ଜଣ, ପୁଦ୍ଦୁଚେରୀରେ ୪୮ଜଣ, ପଞ୍ଜାବରେ ୩୭୦ଜଣ, ରାଜସ୍ଥାନରେ ୬୬୩ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୩୮୩୮ଜଣ, ତେଲେଙ୍ଗାନାରେ ୫୦୫ ଜଣ, ତ୍ରିପୁରାରେ ୨୧ ଜଣ, ଉତ୍ତରାଖଣ୍ଡରେ ୭୬ ଜଣ, ଉତ୍ତରପ୍ରଦେଶରେ ୧୫୮୭ଜଣ ଏବଂ ପଶ୍ଚମବଙ୍ଗରେ ୧୫୩୬ ଜଣ ।

Telangana COVID-19 patient discharged - The Hindu
The Hindu

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୨୬୬, ଆନ୍ଧ୍ରପ୍ରଦେଶ ୬୯୨୫୨, ଅରୁଣାଚଳ ପ୍ରଦେଶ ୬୫୪, ଆସାମ ୯୨୩୩, ବିହାର ୧୬୮୪୫, ଚଣ୍ଡିଗଡ଼ ୩୫୫, ଛତିଶଗଡ଼ ୨୭୮୯, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୩୯୪, ଦିଲ୍ଲୀ ୧୦୭୪୩, ଗୋଆ ୧୬୫୭, ଗୁଜରାଟ ୧୩୭୯୩, ହରିୟାଣା ୬୪୯୭, ହିମାଚଳ ପ୍ରଦେଶ ୧୧୦୫, ଜମ୍ମୁ ଓ କଶ୍ମୀର ୭୬୬୨, ଝାଡ଼ଖଣ୍ଡ ୫୮୮୮, କର୍ଣ୍ଣାଟକ ୬୯୭୦୮, କେରଳ ୧୦୦୭୪, ଲଦାଖ ୨୭୭, ମଧ୍ୟପ୍ରଦେଶ ୮୪୫୪, ମହାରାଷ୍ଟ୍ର ୧୪୮୪୫୪, ମଣିପୁର ୮୨୯, ମେଘାଳୟ ୫୮୮, ମିଜୋରାମ ୧୭୪, ନାଗାଲାଣ୍ଡ ୯୩୬, ଓଡ଼ିଶା ୧୦୪୬୩, ପୁଦ୍ଦୁଚେରୀ ୧୨୯୨, ପଞ୍ଜାବ ୪୫୭୭, ରାଜସ୍ଥାନ ୧୧୦୯୭, ସିକିମ୍ ୩୯୫, ତାମିଲନାଡୁ ୫୭୯୬୨, ତେଲେଙ୍ଗାନା ୧୫୬୪୦, ତ୍ରିପୁରା ୧୭୨୩, ଉତ୍ତରାଖଣ୍ଡ ୨୯୯୩, ଉତ୍ତରପ୍ରଦେଶ ୩୨୬୪୯ଓ ପଶ୍ଚିମବଙ୍ଗ ୧୯୯୦୦।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୨୦୧, ଆନ୍ଧ୍ରପ୍ରଦେଶ ୬୦୦୨୪, ଅରୁଣାଚଳ ପ୍ରଦେଶ ୮୨୭, ଆସାମ ୨୯୦୮୦, ବିହାର ୩୧୩୫୦, ଚଣ୍ଡିଗଡ଼ ୬୪୭, ଛତିଶଗଡ଼ ୫୯୨୧, ଦାଦର ନଗର ହାୱେଲି ୬୬୮, ଦିଲ୍ଲୀ ୧୧୯୭୨୪, ଗୋଆ ୪୦୦୫, ଗୁଜରାଟ ୪୪୦୭୪, ହରିୟାଣା ୨୭୩୪୦, ହିମାଚଳ ପ୍ରଦେଶ ୧୩୮୭, ଜମ୍ମୁ ଓ କଶ୍ମୀର ୧୧୮୪୨, ଝାଡ଼ଖଣ୍ଡ ୪୧୭୬, କର୍ଣ୍ଣାଟକ ୪୬୬୯୪, କେରଳ ୧୨୧୫୯, ଲଦାଖ ୧୦୯୪, ମଧ୍ୟପ୍ରଦେଶ ୨୧୬୫୭, ମହାରାଷ୍ଟ୍ର ୨୪୮୬୧୫, ମଣିପୁର ୧୬୭୨, ମେଘାଳୟ ୨୧୦, ମିଜୋରାମ ୨୩୪, ନାଗାଲାଣ୍ଡ୍ ୬୨୫, ଓଡ଼ିଶା ୧୯୭୪୬, ପୁଦ୍ଦୁଚେରୀ ୧୯୫୮, ପଞ୍ଜାବ ୧୦୫୦୯, ରାଜସ୍ଥାନ ୨୮୩୮୫, ସିକିମ୍ ୨୧୪, ତାମିଲନାଡୁ ୧୭୮୧୭୮, ତେଲେଙ୍ଗାନା ୪୪୫୭୨, ତ୍ରିପୁରା ୨୯୬୨, ଉତ୍ତରାଖଣ୍ଡ ୩୯୯୬, ଉତ୍ତରପ୍ରଦେଶ ୪୬୮୦୩ ଓ ପଶ୍ଚିମବଙ୍ଗ ୪୬୨୫୬।

ସମ୍ବନ୍ଧିତ ଖବର