ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୭୬୩; ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୭, ୯୬୪

ନୂଆଦିଲ୍ଲୀ: ମେ ୩୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୭୩୭୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୨୩୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୯୭୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୦ ଜଣ, ଆସାମରେ ୪ ଜଣ, ବିହାରରେ ୧୫ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୩୯୮ ଜଣ, ଗୁଜରାଟରେ ୯୮୦ ଜଣ, ହରିୟାଣାରେ ୧୯ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୮ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୪୮ ଜଣ, କେରଳରେ ୮ ଜଣ, ମଧ୍ୟପ୍ରଦେଶରେ ୩୩୪ ଜଣ, ମହାରାଷ୍ଟ୍ରରେ ୨୦୯୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୨ ଜଣ, ରାଜସ୍ଥାନରେ ୧୮୪ ଜଣ, ତାମିଲନାଡୁରେ ୧୫୪ ଜଣ, ତେଲେଙ୍ଗାନାରେ ୭୧ ଜଣ, ଉତ୍ତରାଖଣ୍ଡରେ ୫ ଜଣ, ଉତ୍ତରପ୍ରଦେଶରେ ୧୯୮ ଜଣ ଏବଂ ପଶ୍ଚମବଙ୍ଗରେ ୩୦୨ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୪୩୬), ଅରୁଣାଚଳ ପ୍ରଦେଶ (୩), ଆସାମ (୧୦୨୪), ବିହାର (୩୩୭୬), ଚଣ୍ଡିଗଡ଼ (୨୮୯), ଛତିଶଗଡ଼ (୪୧୫), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୭୩୮୬), ଗୋଆ (୬୯), ଗୁଜରାଟ (୧୫୯୩୪), ହରିୟାଣା (୧୭୨୧), ହିମାଚଳ ପ୍ରଦେଶ (୨୯୫), ଜମ୍ମୁ ଓ କଶ୍ମୀର (୨୧୬୪), ଝାଡ଼ଖଣ୍ଡ (୫୧୧) କର୍ଣ୍ଣାଟକ (୨୭୮୧), କେରଳ (୧୧୫୦), ଲଦାଖ (୭୪), ମଧ୍ୟପ୍ରଦେଶ (୭୬୪୫), ମହାରାଷ୍ଟ୍ର (୬୨୨୨୮), ମଣିପୁର (୫୯), ମେଘାଳୟ (୨୭), ମିଜୋରାମ (୧), ନାଗାଲାଣ୍ଡ (୨୫),  ଓଡ଼ିଶା (୧୭୨୩), ପୁଦ୍ଦୁଚେରୀ (୫୧), ପଞ୍ଜାବ (୨୧୯୭), ରାଜସ୍ଥାନ (୮୩୬୫), ସିକିମ୍ (୧), ତାମିଲନାଡୁ (୨୦୨୪୬), ତେଲେଙ୍ଗାନା (୨୪୨୫), ତ୍ରିପୁରା (୨୫୧), ଉତ୍ତରାଖଣ୍ଡ (୭୧୬), ଉତ୍ତରପ୍ରଦେଶ (୭୨୮୪) ଓ ପଶ୍ଚିମବଙ୍ଗ (୪୮୧୩) ।

Image Courtesy: India Today

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୨୨୬), ଅରୁଣାଚଳ ପ୍ରଦେଶ (୧), ଆସାମ (୧୨୫), ବିହାର (୧୨୧୧), ଚଣ୍ଡିଗଡ଼ (୧୮୯), ଛତିଶଗଡ଼ (୧୦୦), ଦିଲ୍ଲୀ (୭୮୪୬), ଗୋଆ (୪୧), ଗୁଜରାଟ (୮୬୧୧), ହରିୟାଣା (୯୪୦), ହିମାଚଳ ପ୍ରଦେଶ (୮୭), ଜମ୍ମୁ ଓ କଶ୍ମୀର (୮୭୫), ଝାଡ଼ଖଣ୍ଡ (୨୧୬), କର୍ଣ୍ଣାଟକ (୮୯୪), କେରଳ (୫୯୪), ଲଦାଖ (୪୩), ମଧ୍ୟପ୍ରଦେଶ (୪୨୬୯), ମହାରାଷ୍ଟ୍ର (୨୬୯୯୭), ମଣିପୁର (୮), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୮୮୭), ପୁଦ୍ଦୁଚେରୀ (୧୪), ପଞ୍ଜାବ (୧୯୪୯), ରାଜସ୍ଥାନ (୫୨୪୪), ତାମିଲନାଡୁ (୧୧୩୧୩), ତେଲେଙ୍ଗାନା (୧୩୮୧), ତ୍ରିପୁରା (୧୭୧), ଉତ୍ତରାଖଣ୍ଡ (୧୦୨), ଉତ୍ତରପ୍ରଦେଶ (୪୨୪୪) ଓ ପଶ୍ଚିମବଙ୍ଗ (୧୭୭୫) ।

 

ସମ୍ବନ୍ଧିତ ଖବର