୧୧ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ୍-୧୯ ସୁସ୍ଥତା ରେକର୍ଡ କଲା ଭାରତ, ସୁସ୍ଥତାହାର ୬୫. ୪୪%କୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ଦିନ ଭାତରେ କୋଭିଡ୍-୧୯ ସୁସ୍ଥତା ମାମଲା ୧୧ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୧ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ ହୋଇଥିବା ସୁସ୍ଥତା ସଂଖ୍ୟାରେ ଏହା ହେଉଛି ସର୍ବୋଚ୍ଚ ରେକର୍ଡ। ଏହାକୁ ମିଶାଇ ସୁସ୍ଥତାହାର ୬୫. ୪୪%କୁ ବୃଦ୍ଧି ପାଇଛି।

ଭାରତ ରେକର୍ଡ କରିଥିବା ୫, ୬୭, ୭୩୦ ସକ୍ରିୟ କରୋନାଭାଇରସ୍ ସଂକ୍ରମଣ ମାମଲା ହେଉଛି ସମୁଦାୟ ସଂକ୍ରମଣ ମାମଲାର ୩୨. ୪୩%। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି ଯେ, ସକ୍ରିୟ ସଂକ୍ରମଣ ମାମଲା ହେଉଛି ଦେଶରେ କୋଭିଡ୍-୧୯ର ‘ବାସ୍ତବ ସଂକ୍ରମଣ ସଂଖ୍ୟା’। ସମସ୍ତ ସକ୍ରିୟ ସଂକ୍ରମଣ ମାମଲା ଡାକ୍ତରଖାନାରେ ଡାକ୍ତରୀ ତତ୍ତ୍ବାବଧାନ ହେଉ କିଂବା ଗୃହ ଏକାନ୍ତବାସରେ ଅଛନ୍ତି।

କୋଭିଡ୍-୧୯ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ହାର ମଧ୍ୟ ଆହୁରି ହ୍ରାସ ପାଇ ୨. ୧୩%ରେ ପହଞ୍ଚିଛି। ବିଶ୍ବ ମୃତ୍ୟୁହାର ତୁଳନାରେ ଭାରତର ମୃତ୍ୟୁହାର ସର୍ବନିମ୍ନ (୨. ୧୩%) ରହିଛି। ସକ୍ରିୟ ସଂକ୍ରମଣ ସଂଖ୍ୟା ଏବଂ ସୁସ୍ଥତା ସଂଖ୍ୟା ମଧ୍ୟରେ ବି ବ୍ୟବଧାନ ବଢ଼ି ଚାଲିଛି।

 

 

 

 

ସମ୍ବନ୍ଧିତ ଖବର