ଦିନକରେ ରେକର୍ଡସଂଖ୍ୟକ ୨୮,୬୩୭ ସଂକ୍ରମଣ, ୮,୪୯,୫୫୩ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ସଂକ୍ରମଣ ସଂଖ୍ୟା | ଗତକାଲି ୨୪ଘଣ୍ଟାରେ ୨୭,୧୧୪ଜଣ ସଂକ୍ରମଣ ହୋଇଥିବା ନେଇ ରେକର୍ଡ କରାଯାଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି | ଆଜି ଦିନକରେ ୨୮,୬୩୭ଜଣ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ନୂତନ ସଂକ୍ରମଣକୁ ମିଶାଇ ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୯,୫୫୩ରେ ପହଞ୍ଚିଛି | ଏହା ସହ ଗତ ୨୪ଘଣ୍ଟା ମଧ୍ୟରେ ୫୫୧ଜଣ ପ୍ରାଣ ହରାଇଛନ୍ତି, ଯାହା ଦେଶରେ ମୋଟ ମୃତ୍ୟୁ ସଂଖ୍ୟାକୁ ୨୨,୬୭୪କୁ ନେଇଛି | ନୂତନ ମୃତ୍ୟୁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏବେ ୨୯୨୨୫୮ଟି ସକ୍ରିୟ ମାମଲା ରହିଛି | ଏହା ସହ ୫୩୪୬୨୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୦୯ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୩୫ଜଣ, ବିହାରରେ ୧୩୧ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୭ ଜଣ, ଦିଲ୍ଲୀରେ ୩୩୩୪ ଜଣ, ଗୋଆରେ ୧୨ ଜଣ, ଗୁଜରାଟରେ ୨୦୩୨ଜଣ, ହରିୟାଣାରେ ୨୯୭ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୬୯ଜଣ, ଝାଡ଼ଖଣ୍ଡରେ ୨୩ ଜଣ, କର୍ଣ୍ଣାଟକରେ ୬୧୩ଜଣ, କେରଳରେ ୨୯ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୪୪ ଜଣ, ମହାରାଷ୍ଟ୍ରରେ ୧୦୧୧୬ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୬୧ଜଣ, ପୁଦ୍ଦୁଚେରୀରେ ୧୮ଜଣ, ପଞ୍ଜାବରେ ୧୯୫ ଜଣ, ରାଜସ୍ଥାନରେ ୫୦୩ଜଣ, ତାମିଲନାଡୁରେ ୧୮୯୮ଜଣ, ତେଲେଙ୍ଗାନାରେ ୩୪୮ଜଣ, ତ୍ରିପୁରାରେ ୨ଜଣ, ଉତ୍ତରାଖଣ୍ଡରେ ୪୬ ଜଣ, ଉତ୍ତରପ୍ରଦେଶରେ ୯୧୩ଜଣ ଏବଂ ପଶ୍ଚମବଙ୍ଗରେ ୯୦୬ ଜଣ ।

Coronavirus fears have more people flying private jets
New York Post

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬୩), ଆନ୍ଧ୍ରପ୍ରଦେଶ (୨୭୨୩୫), ଅରୁଣାଚଳ ପ୍ରଦେଶ (୩୪୧), ଆସାମ (୧୫୫୩୬), ବିହାର (୧୫୩୭୩), ଚଣ୍ଡିଗଡ଼ (୫୫୫), ଛତିଶଗଡ଼ (୩୮୯୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୭୧), ଦିଲ୍ଲୀ (୧୧୦୯୨୧), ଗୋଆ (୨୩୬୮), ଗୁଜରାଟ (୪୦୯୪୧), ହରିୟାଣା (୨୦୫୮୨), ହିମାଚଳ ପ୍ରଦେଶ (୧୧୮୨), ଜମ୍ମୁ ଓ କଶ୍ମୀର (୧୦୧୫୬), ଝାଡ଼ଖଣ୍ଡ (୩୬୧୩) କର୍ଣ୍ଣାଟକ (୩୬୨୧୬), କେରଳ (୭୪୩୮), ଲଦାଖ (୧୦୭୭), ମଧ୍ୟପ୍ରଦେଶ (୧୭୨୦୧), ମହାରାଷ୍ଟ୍ର (୨୪୬୬୦୦), ମଣିପୁର (୧୫୯୩), ମେଘାଳୟ (୨୦୭), ମିଜୋରାମ (୨୨୭), ନାଗାଲାଣ୍ଡ (୭୪୮), ଓଡ଼ିଶା (୧୨୫୨୬), ପୁଦ୍ଦୁଚେରୀ (୧୩୩୭), ପଞ୍ଜାବ (୭୫୮୭), ରାଜସ୍ଥାନ (୨୩୭୪୮), ସିକିମ୍ (୧୫୧), ତାମିଲନାଡୁ (୧୩୪୨୨୬ ), ତେଲେଙ୍ଗାନା (୩୩୪୦୨), ତ୍ରିପୁରା (୧୯୪୯), ଉତ୍ତରାଖଣ୍ଡ (୩୪୧୭), ଉତ୍ତରପ୍ରଦେଶ (୩୫୦୯୨) ଓ ପଶ୍ଚିମବଙ୍ଗ (୨୮୪୫୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୯୩), ଆନ୍ଧ୍ରପ୍ରଦେଶ (୧୪୩୯୩), ଅରୁଣାଚଳ ପ୍ରଦେଶ (୧୨୫), ଆସାମ (୯୧୫୦), ବିହାର (୧୦୬୮୫), ଚଣ୍ଡିଗଡ଼ (୪୧୩), ଛତିଶଗଡ଼ (୩୦୭୦), ଦାଦର ନଗର ହାୱେଲି (୨୨୬), ଦିଲ୍ଲୀ (୮୭୬୯୨), ଗୋଆ (୧୪୨୮), ଗୁଜରାଟ (୨୮୬୪୯), ହରିୟାଣା (୧୫୩୯୪), ହିମାଚଳ ପ୍ରଦେଶ (୯୦୮), ଜମ୍ମୁ ଓ କଶ୍ମୀର (୫୮୯୫), ଝାଡ଼ଖଣ୍ଡ (୨୨୪୩), କର୍ଣ୍ଣାଟକ (୧୪୭୧୬), କେରଳ (୩୯୬୩), ଲଦାଖ (୯୨୮), ମଧ୍ୟପ୍ରଦେଶ (୧୨୬୭୯), ମହାରାଷ୍ଟ୍ର (୧୩୬୯୮୫), ମଣିପୁର (୮୪୩), ମେଘାଳୟ (୬୬), ମିଜୋରାମ (୧୫୦) ନାଗାଲାଣ୍ଡ୍ (୩୧୩), ଓଡ଼ିଶା (୮୩୬୦), ପୁଦ୍ଦୁଚେରୀ (୬୯୦), ପଞ୍ଜାବ (୫୦୪୦), ରାଜସ୍ଥାନ (୧୭୮୬୯), ସିକିମ୍ (୮୦), ତାମିଲନାଡୁ (୮୫୯୧୫), ତେଲେଙ୍ଗାନା (୨୦୯୧୯), ତ୍ରିପୁରା (୧୩୭୫), ଉତ୍ତରାଖଣ୍ଡ (୨୭୧୮), ଉତ୍ତରପ୍ରଦେଶ (୨୨୬୮୯) ଓ ପଶ୍ଚିମବଙ୍ଗ (୧୭୯୫୯) ।

ସମ୍ବନ୍ଧିତ ଖବର