ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୫୯୦ ଜଣ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସୁସ୍ଥତାସଂଖ୍ୟା ୧,୦୧,୬୨,୭୩୮ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୫୯୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୨୭,୬୮୩ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ୧୯୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୧,୯୮୧ରେ ପହଞ୍ଚିଛି।
/sambad/media/post_attachments/wp-content/uploads/2021/01/cvii-5.jpg)
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫, ୯୭୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୧,୬୨,୭୩୮। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୫୩%, ସକ୍ରିୟ ଆକ୍ରାନ୍ତଙ୍କହାର ୨.୦୨% ଏବଂ ମୃତ୍ୟୁହାର ୧.୪୪% ରହିଥିବା କଥା କେନ୍ଦ୍ର ସରକାର କହିଛନ୍ତି।
/sambad/media/post_attachments/wp-content/uploads/2021/01/cvi-10.jpg)
ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨, ୧୩,୦୨୭।
‘ଆଇସିଏମ୍ଆର୍’ କହିବା ଅନୁସାରେ, ବୁଧବାର ସୁଦ୍ଧା ସମଗ୍ର ଦେଶରେ ୧୮,୪୯,୬୨,୪୦୧ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୭,୩୦,୦୯୬।