ପାକିସ୍ତାନକୁ ଏଫ୍‌-୧୬ ଲଢୁଆ ବିମାନ ବିକ୍ରି ନେଇ ଆମେରିକାର ନିଷ୍ପତ୍ତିକୁ ବିରୋଧ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନକୁ ଏଫ୍‌-୧୬ ଲଢୁଆ ବିମାନ ବିକ୍ରି ନେଇ ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତିକୁ ଭାରତ ବିରୋଧ କରିଛି। ୧୨୫ ମିଲିଅନ୍‌ ଡଲାର ମୂଲ୍ୟର ସାମରିକ ଚୁକ୍ତି ଅଧିନରେ ଆମେରିକା ପାକିସ୍ତାନକୁ ଏଫ-୧୬ ଲଢୁଆ ବିମାନ ବିକ୍ରି କରିବା ବୋଲି ଘୋଷଣା କରିଛି। ଭାରତ ପକ୍ଷରୁ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରାଯାଇଛି। ଏଥି ସହିତ ଭାରତ ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଡାକି ‘ଗମ୍ଭୀର ଚିନ୍ତା’ ପ୍ରକଟ କରିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକର କିଛି ଦିନ ପରେ ପେଣ୍ଟାଗନ୍‌ ଜୁଲାଇ ୨୬ରେ ଘୋଷଣା କରିଛି ଯେ, ରାଜ୍ୟର ବିଭାଗ ଏଫ୍‌-୧୬ର ୨୪/୭ ଅନ୍ତିମ ବ୍ୟବହାର ପାଇଁ ମଂଜୁରୀ ଦେଇଛି।

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଆମେ ଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ସହିତ ଓ୍ଵାସିଂଟନରେ ଆମେରିକାର ସରକାରଙ୍କ ସହିତ ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ଏହି ମାମଲାକୁ ପ୍ରସଙ୍ଗ କରିଛୁ। ରବୀଶ କୁମାର ଗୁରୁବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର