ସୀମା ପ୍ରସଙ୍ଗରେ ସଂପର୍କରେ ନେପାଳର ନିଷ୍ପତ୍ତି ଯଥାର୍ଥ ନୁହେଁ : ଭାରତ

ନୂଆଦିଲ୍ଲୀ : ନେପାଳ ସଂସଦରେ ମାନଚିତ୍ର ସଂଶୋଧନ ଲାଗି ସମ୍ବିଧାନ ସଂଶୋଧନ ବିଲ ଗୃହୀତ ହେବା ପରେ ତାହାକୁ ତୀବ୍ର ସମାଲୋଚନା କରିଛି ଭାରତ । ନେପାଳର ଏହି ପଦକ୍ଷେପ ଯଥାର୍ଥ ନୁହେଁ ବୋଲି ଭାରତ କହିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ନେପାଳ ସଂସଦରେ ଏହି ବିଲ ଗୃହୀତ ହେବା ସଂପର୍କରେ ସରକାର ଅବଗତ ଅଛନ୍ତି । ଏହି ପ୍ରସଙ୍ଗରେ ଭାରତ ପୂର୍ବରୁ ହିଁ ନିଜର ସ୍ଥିତି ସ୍ପଷ୍ଟ କରିସାରିଛି ।
ନିଜର ଭୌଗୋଳିକ ସୀମାକୁ ଏପରି ଭାବେ ବଢାଇବା କୌଣସି ଐତିହାସିକ ତଥ୍ୟ ପ୍ରମାଣ ଉପରେ ପର୍ଯ୍ୟବେଶିତ ନୁହେଁ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଆଲୋଚନା ମାଧ୍ୟମରେ ସୀମାବିବାଦର ସମାଧାନର ବାଟ କଷ୍ଟକର ହୋଇପଡ଼ିଛି ।

ସୂଚନାଯୋଗ୍ୟ ଯେ ଭାରତର ତୀବ୍ର ବିରୋଧ ସତ୍ତ୍ୱେ ନେପାଳ ସଂସଦରେ ସଂଶୋଧିତ ମାନଚିତ୍ର ବିଲ ଗୃହୀତ ହୋଇଯାଇଛି । ସଂଶୋଧିତ ମାନଚିତ୍ରରେ ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନେପାଳର ଅଞ୍ଚଳଭାବେ ସାମିଲ କରାଯାଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ବ୍ୟତୀତ ବିଲକୁ ନେପାଳର ବିରୋଧୀ ଦଳ ନେପାଳି କଂଗ୍ରେସ, ରାଷ୍ଟ୍ରୀୟ ଜନତା ପାର୍ଟି ନେପାଳ, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସମର୍ଥନ କରିଥିଲେ । ଫଳରେ ୨୫୮ ସଦସ୍ୟ ବିଶିଷ୍ଟ ନେପାଳ ହାଉସ ଅଫ ରିପ୍ରେଜେଣ୍ଟିଭର ସବୁ ସଦସ୍ୟ ଏହାକୁ ସମର୍ଥନ କରିଥିଲେ ।

ସମ୍ବନ୍ଧିତ ଖବର